Body of migrant worker lies on the road for three days over religious conversion

ଧର୍ମାନ୍ତରୀକରଣ ପାଇଁ ଗ୍ରାମବାସୀଙ୍କ ବିରୋଧ, ତିନି ଦିନ ହେଲା ଗାଁ ରାସ୍ତାରେ ପଡିରହିଛି ଶବ

ରାଜ୍ୟ

ବାରିପଦା : ଧର୍ମାନ୍ତରୀକରଣ କୁ ଗ୍ରାମବାସୀ କଲେ ବିରୋଧ l ଫଳରେ ଜଣେ ଆଦିବାସୀ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁବରଣ କରିଥିବାବେଳେ ତାର ଶବ କୁ ଗ୍ରାମବାସୀ ଛୁଇଁଲେନି l ତିନିଦିନ ଧରି ଗ୍ରାମରାସ୍ତାରେ ପଡିରହିଛି ଶବ l ଖାଲି ସେତିକି ନୁହେଁ ତାର ପରିବାର ଲୋକଙ୍କୁ ଗ୍ରାମବାସୀ ସାମାଜିକ ବାସନ୍ଦ ତଥା ନିଆଁ ପାଣିରୁ ମଧ୍ଯ ବାଛନ୍ଦ କରିଛନ୍ତି l ଏହିଭଳି ଏକ ଘଟଣା ଘଟିଅଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ର କାଙ୍କି ପଞ୍ଚାୟତ ଅନ୍ତର୍ଗତ ବିଞ୍ଜୁଆ ଗ୍ରାମରେ l

ଉକ୍ତ ଗ୍ରାମର ମାଝୀ ସାହିର କାରୁ ମାଝୀ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟ କୁ କାମ କରିବାକୁ ଯାଇ ଅଜଣା ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ l ତାଙ୍କ ଶବ କୁ ଗ୍ରାମକୁ ଅଣାଯାଇଅଛି l ମାତ୍ର ପୂର୍ବରୁ କାରୁ ମାଝୀ ର ପରିବାର ଖ୍ରୀଷ୍ଟ ଧର୍ମ ନେଇଥିବା ଯୋଗୁଁ ଗ୍ରାମବାସୀ ଆଦିବାସୀ ପରମ୍ପରା ଅନୁଯାୟୀ ତାଙ୍କ ଶବକୁ ଦାହ କରିବାପାଇଁ ବିରୋଧ କରିଛନ୍ତି l ଏପରିକି ଗ୍ରାମବାସୀ ତାଙ୍କ ଘରକୁ ଘେରି ରହିଛିନ୍ତି l ସେଠାରେ ଉତ୍ତେଜନା ଲାଗିରହିଛି l ଫଳରେ ଅସହାୟ ପରିବାର ଲୋକେ ସମ୍ମାନ ସହକାରେ ଶବ ସତ୍କାର କରିବାକୁ ପ୍ରଶାସନ ର ସୋହଯୋଗ ନିମନ୍ତେ ଅନୁରୋଧ କରିଛନ୍ତି l