ବାରିପଦା: ବାରିପଦାର ଅଗ୍ରଣୀ ନାଟ୍ୟସଂସ୍ଥା “ଆମେ”, ବାରିପଦା ଆନୁକୂଲ୍ୟରେ ସ୍ଥାନୀୟ ସହିଦ ସ୍ମୃତି ଭବନରେ ୯ ଦିନିଆ ନାଟ୍ୟ ମହୋତ୍ସବ ଚଳିତ ମାସ ୨୨ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି I
ଉଦଘାଟନୀ ସନ୍ଧ୍ୟାରେ ୭୫ ବାସ୍ତବ ଗ୍ରୁପ, ବାରିପଦାର ନାଟକ “ପରେ କହିବି”, ୨୩ ତାରିଖ ୧ମ ନାଟକ ନାରୀ ଅଦ୍ଵିତୀୟା”, ଭୁବନେଶ୍ୱରର “ନିଃସହାୟ” ଓ ୨ୟ ନାଟକ ତାପରେ ଆମେ, ବାରିପଦାର “ସୁରେନ୍ଦ୍ର ସାଏଙ୍କ ନିଶ”, ୨୪ ତାରିଖ ଭଞ୍ଜଭୂମି ସାଂସ୍କୃତିକ ପରିଷଦ, ବାରିପଦାର “କାଞ୍ଚି ଅଭିଯାନ” ଓ ଆମେ କ୍ରାନ୍ତି, ଉଦଳାର “ରାଜା”, ୨୫ ତାରିଖ ଅଭିରାମ ଅଭିନୟ ଅନୁଷ୍ଠାନ, ବାରିପଦାର “ପ୍ରଭୁଙ୍କ ଅପେକ୍ଷାରେ” ଓ ସାଧନା ମେମୋରିଆଲ ଟ୍ରଷ୍ଟ, କଟକର “ଅଭିନେତ୍ରୀ”, ୨୬ ତାରିଖ ସ୍ପେଶ ଏକାଡେମୀ, ଭୁବନେଶ୍ୱରର “ଚେୟାର୍ସ” ଓ ଦମଦମ ଏମ୍ବୋଡ଼ି, କୋଲକାତାର “ଏକ୍ସପ୍ଲୋରେସନ”, ୨୭ ତାରିଖ କ ଖ ଗ, ସମ୍ବଲପୁରର “ଅନନ୍ୟ”, ଓ ସର୍ଭୁଜ, ମିଦନାପୁରର “ଓରେ ବିହଙ୍ଗୋ”, ୨୮ ତାରିଖ ନିପା ରଙ୍ଗ ମଣ୍ଡଳୀ, ଲକ୍ଷ୍ନୌର “ସିକସ୍ତା”, ୨୯ ରେ ନାଟ୍ୟମ, ଅନୁଗୁଳର ନାଟକ “ଚିତ୍ରଲିପି” ଓ ମିରର ଥିଏଟର ଗ୍ରୁପ, ବେଲପାହାଡର “ଉଲଫି” ଏବଂ ଉଦଯାପନୀ ସନ୍ଧ୍ୟାରେ ଅଜିତ, ଭୁବନେଶ୍ୱରର ନାଟକ “ସମକାଳ” ମଞ୍ଚସ୍ଥ ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I
ଆୟୋଜନ କମିଟିର ସଭାପତି ଡା. କୈଳାସ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶେଷ ପ୍ରସ୍ତୁତି ବୈଠକରେ ଉପ ସଭାପତି ଡ. ବିଜୟ କୁମାର ଅଗ୍ରୱାଲ, ସାଧାରଣ ସମ୍ପାଦକ ଓ ଆବାହକ ଚିନ୍ମୟ ଦାସ ପଟ୍ଟନାୟକ ଓ ସମସ୍ତ ସଦସ୍ୟ/ସଦସ୍ୟା ଉପସ୍ଥିତ ରହି ମହୋତ୍ସବର ସଫଳତା ଉପରେ ନିଜନିଜର ସୁଚିନ୍ତିତ ମତ ଦେଇଥିଲେ I ଏହି ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ କଳାକାର, ନିର୍ଦ୍ଦେଶକ, ନାଟ୍ୟକାରଙ୍କୁ ମୟୁରଭଞ୍ଜ ମହା ସମ୍ମାନ, ସ୍ମୃତି ସମ୍ମାନ, ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବା ସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯିବ I ଏବର୍ଷ ମଧ୍ୟ ଏକ ଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି ବୋଲି ସାଧାରଣ ସମ୍ପାଦକ ଶ୍ରୀ ଦାସ ପଟ୍ଟନାୟକ ଜଣାଇଛନ୍ତି I
