IMG 20260920 WA0286

ସାମ୍ବାଦିକଙ୍କ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ

ରାଜ୍ୟ
ବାରିପଦା: ରାଇରଙ୍ଗପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବହଳଦା ଥାନା ଅନ୍ତର୍ଗତ ରେଡମ ଗ୍ରାମର ସାମ୍ବାଦିକ ତ୍ରିଲୋଚନ ମହାନ୍ତ ଙ୍କ  ଘରେ  କେହି ନଥିବା ବେଳେ ତାଙ୍କ ଘର ଭିତରକୁ ପଶି କେହି ଅଜଣା ଦୁର୍ବୃତ୍ତ ଆଲମାରୀ ଭାଙ୍ଗି ମିଶନ ଶକ୍ତି ବିଭାଗ ପକ୍ଷରୁ ମିଳିଥିବା ମୂଲ୍ୟବାନ ଲ୍ୟାପଟପ୍ କମ୍ପ୍ୟୁଟର,ସୁନା ଗହଣା ଓ କଲେଜରେ ପଢ଼ୁଥିବା ପୁଅକୁ ଦେବା ପାଇଁ ଆଲମାରୀ ଭିତରେ ରଖିଥିବା ନଗଦ ପଚାଶ ହଜାର ଟଙ୍କା ମଧ୍ୟ ଚୋରି ହୋଇଯାଇଛି ବୋଲି ବହଳଦା ଥାନାରେ ତାଙ୍କ ପତ୍ନୀ  ମନ୍ଦୋଦରୀ ମହାନ୍ତ ଲିଖିତ  ଅଭିଯୋଗ କରିଛନ୍ତି ।
ଖବର ମୁତାବକ ସାମ୍ବାଦିକ ଶ୍ରୀ ମହାନ୍ତ ଘରେ ନଥିବା ବେଳେ ବ୍ୟାଙ୍କ ମିତ୍ର ରୂପେ ମୋରଣ୍ଡା ଓଜିବି ବ୍ୟାଙ୍କରେ କାର୍ଯ୍ୟ କରୁଥିବା ତାଙ୍କ ପତ୍ନୀ ମନ୍ଦୋଦରୀ ଦେବୀ କଲେଜରୁ ଘରକୁ ଆସିଥିବା ନିଜ ପୁଅକୁ ନେଇ ମୋରଣ୍ଡାସ୍ଥ ଓଜିବି ବ୍ୟାଙ୍କକୁ ଯାଇଥିଲେ । ଶାଶୂ ମଧ୍ୟ ବିଲକୁ ଯାଇଥିଲେ । ଘରେ କେହି ନଥିବା ବେଳେ ଚୋର ଘର ଭିତକୁ ପଶି କଳାକନା ବୁଲେଇ ଦେଇଛନ୍ତି l ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଅଛି l