ମୁମ୍ବାଇ : ଏବେ ବହୁଳ ଭାବେ ବ୍ୟବହୃତ ହେଉଥିବା ଚାଟ୍ ଜିପିଟି , ୟେତିକି ଭଲ ସେତିକି ଖରାପ । ଏକଥା ପ୍ରମାଣ ହୋଇଛି ବମ୍ବେର ଏକ ଘଟଣାରୁ । ପରୀକ୍ଷା ହଲରେ ଚାଟ୍ ଜିପିଟି ବ୍ୟବହାର କରି ଲେଖୁଥିବା ବେଳେ ଧରାପଡିଥିଲେ ଜଣେ ଆଇଆଇଟି ବମ୍ବେର ଛାତ୍ର । ଧରାପଡିବା ପରେ ମାନସିକ ଚାପରେ ଆତ୍ମହତ୍ୟା କରିଦେଲେ ଛାତ୍ରଜଣକ । ୟାହାକୁ ନେଇ କ୍ୟାମ୍ପସରେ ଏବେ ମୁଣ୍ଡ ଟେକିଛି ପ୍ରତିବାଦ ।
ଶକ୍ତି ବିଜ୍ଞାନ ବିଭାଗ ଓ ଇଂଜିନିୟରିଂ ବିଭାଗର ଛାତ୍ରଛାତ୍ରୀ ଧାରଣାକୁ ଓହ୍ଲାଇଛନ୍ତିା ସେପଟି ସଂସ୍ଥାର କହିବା କଥା, ଉତ୍ତର ଖୋଜିବାକୁ ସମ୍ପୃକ୍ତ ଛାତ୍ର ଜଣଙ୍କ ଚାଟ୍ ଜିପିଟିରେ ପ୍ରଶ୍ନପତ୍ର ଅପଲୋଡ୍ କରିଥିଲେ । ସୂଚନା ଅନୁସାରେ, ଆଇଆଇଟି ବମ୍ବେର ଏନର୍ଜି ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ସାହିଲ୍ ଶୁକ୍ରବାର ପରୀକ୍ଷା ସମୟରେ ମୋବାଇଲ ବ୍ୟବହାର କରି ଚାଟ୍ ଜିପିଟିରେ ଉତ୍ତର ଖୋଜିବାର ପ୍ରୟାସ ବେଳେ ଧରାପଡିଥିଲେ । ଏହାପରେ ବି ତାଙ୍କ ବିରୋଧରେ କୌଣସି ଶୃଂଖଳାଗତ କାର୍ୟ୍ୟାନୁଷ୍ଠାନ ନିଆୟାଇନଥିଲା । ଏନେଇ ଇଷ୍ଟ୍ରକ୍ଟର ଓ ବିଭାଗୀୟ ମୁଖ୍ୟ ଛାତ୍ରଙ୍କ ସହ ଆଲୋଚନା କରିଥିଲେ । ଆଗକୁ ଏପରି ନକରିବାକୁ ପରାମର୍ଶ ଦେବା ସହ ଏ ଘଟଣା ତାଙ୍କ ପଢା କ୍ୟାରିୟରରେ କୌଣସି ଖରାପ ପ୍ରଭାବ ପକାଇବ ନାହିଁ ବୋଲି ଆଶ୍ୱାସନା ବି ଦେଇଥିଲେ । ଆଲୋଚନା ପରେ ସମ୍ପୃକ୍ତ ଛାତ୍ର ଜଣଙ୍କ ହଷ୍ଟେଲ ରୁମ୍କୁ ଚାଲିୟାଇଥିଲେ । ସନ୍ଧ୍ୟାରେ ତାଙ୍କ ରୁମ୍ରୁ ମୃତ ଅବସ୍ଥାରେ ଉଦ୍ଧାର କରାୟାଇଥିଲା । ଛାତ୍ରଙ୍କ ମୃତ୍ୟୁରେ ସଂସ୍ଥା ଗଭୀର ମର୍ମାହତ ବୋଲି ବିବୃତି ଜାରି କରିଛି । ଘଟଣାର ୟାଂଚ୍ କରାୟାଉଛି ।
ପରିବାରଲୋକଙ୍କ ଉପରେ ଦୁଃଖର ପାହାଡ ଛିଡିପଡିଛିା ପୁଅକୁ ନିର୍ୟାତନା ଦିଆୟାଉଥିଲା ବୋଲି ତାଙ୍କ ମା ଅଭିୟୋଗ କରିବା ସହ ନ୍ୟାୟ ମାଗିଛନ୍ତି । ଖବର ପାଇବା ପରେ କ୍ୟାମ୍ପସରେ ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମୃତ ଛାତ୍ରଙ୍କ ସହପାଠୀଙ୍କ କହିବା କଥା ଘଟଣା ପରେ ସାହିଲଙ୍କୁ ବର୍ଷେ ପାଇଁ ନିଲମ୍ବିତ କରିବାକୁ କୁହାୟାଇଥିଲା । ନିଲମ୍ବିତ ହୋଇଥିଲେ ସାହିଲଙ୍କୁ ହଷ୍ଟଲ ଛାଡିବାକୁ ପଡିଥାନ୍ତି । ସେହି ମାନସିକ ଚାପରେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା କହିଛନ୍ତି ବିକ୍ଷୋଭକାରୀ । ସମାଧାନ ପାଇଁ ଆଇଆଇଟି ବମ୍ବେ କର୍ତୃପକ୍ଷ ସେମାନଙ୍କ ସହ ଆଲୋଚନା କରୁଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ ଜାରି ରହିଛି ବୋଲି ଡିସିପି କହିଛନ୍ତି । ଗତ ୬ରୁ ୭ ମାସ ମଧ୍ୟରେ ଆଇଆଇଟି ବମ୍ବେ କ୍ୟ।।ମ୍ପସରେ ଏପରି ଛାତ୍ର ଆତ୍ମହତ୍ୟା ଘଟଣା ତୃତୀୟ । ଗତ ଫେବ୍ରୁଆରୀ ଓ ଜୁଲାଇ ମାସରେ ୨ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ ।
