Question paper

ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ୫୨ଟି କେନ୍ଦ୍ରରେ ପରୀକ୍ଷା ବାତିଲ୍

ରାଜ୍ୟ

ଜୟପୁର: ପୁଣି ପ୍ରଶ୍ନପତ୍ର ଲିକ୍ । କୋରାପୁଟ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ । UG ଦ୍ବୀତିୟ ବର୍ଷ ସେକେଣ୍ଡ ସେମିଷ୍ଟରର ଇଂରାଜୀ ପ୍ରଶ୍ନପତ୍ର ଲିକ୍ ସୂଚନା । ଆଜି UG ଦ୍ବୀତିୟ ବର୍ଷ ସେକେଣ୍ଡ ସେମିଷ୍ଟାରର ଇଂରାଜୀ ପରିକ୍ଷା ଅପରାହ୍ଣ ୨ଟାରେ ଥିଲା । କିନ୍ତୁ ଠିକ୍ ଦିନ ୧୧ଟା ବେଳେ ବିଶ୍ବ ବିଦ୍ୟାଳୟ ପ୍ରଶ୍ନ ପତ୍ର ଲିକ୍ ହୋଇଥିବା ଜାଣିଥିଲେ କଲେଜ କର୍ତ୍ତୃପକ୍ଷ। ସଙ୍ଗେ ସଙ୍ଗେ କୁଳପତିଙ୍କ ସହ ଆଲୋଚନା କରି ପରୀକ୍ଷା ବାତିଲ କରାଗଲା । ଏନେଇ ଜିଲ୍ଲା ସାଇବର ପୋଲିସ ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି ବିକ୍ରମ ଦେବ ବିଶ୍ବବିଦ୍ଯାଳୟର ପରିକ୍ଷା ନିୟନ୍ତ୍ରକ । ଏହାଦ୍ବାରା ବିଶ୍ବବିଦ୍ଯାଳୟ ଅଧିନରେ ଥିବା ପ୍ରାୟ ୫୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ବାତିଲ୍ ହୋଇଛି ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ମଧ୍ୟ ଏହି ପରି ଏକ ଖବର ସାମ୍ନାକୁ ଆସିଥିଲା, ଯେଉଁଥିରେ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । କୁଳପତିଙ୍କ ନେତୃତ୍ୱରେ ତାହାର ତଦନ୍ତ କରାଯିବ ସେନେଇ ପ୍ରତିକ୍ରିୟା ରଖିଥିଲେ ପରୀକ୍ଷା ନିୟନ୍ତ୍ରକ ଡ. ହୃଷୀକେଶ ନାୟକ । ଯୁକ୍ତ ୩ ଦ୍ବିତୀୟ ସେମିଷ୍ଟାର ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସେ ସ୍ବୀକାର କରିଥିଲେ । WhatsApp ମାଧ୍ୟମରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା କହିଥିଲେ ପରୀକ୍ଷା ନିୟନ୍ତ୍ରକ ।