ବାରିପଦା : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମୟୂରଭଞ୍ଜ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଓ ଦୌରାଜଜଙ୍କ କାର୍ଯ୍ୟାଳୟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲୋକ ଅଦାଲତରେ ମୋଟ ୧୧୪୦୮ ଟି ମାମଲା ମଧ୍ୟରୁ ୪୫୧୮ ଟି ମାମଲାର ଅପୋଷ ବିଚାର ହୋଇ ମୋଟ ୩,୬୨,୮୯,୫୪୦ ଟଙ୍କା ଅଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି । ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ ସୁଦୀପ୍ତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରାକ ମକଦ୍ଦମା ସମ୍ପର୍କିତ ୫୩୫୭ ଗୋଟି ମାମଲା ମଧ୍ୟରୁ ୫୭୩ ଟି ମାମଲା ଅପୋଷ ବିଚାର ହୋଇ ୯୩ ଲକ୍ଷ ୯୩ ହଜାର ୮୩୭ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାଯାଇଛି ।
ସେହିପରି ବକେୟା ଥିବା ବିଭିନ୍ନ ଶ୍ରେଣୀଭୁକ୍ତ ୬୦୫୧ ଗୋଟି ମାମଲା ମଧ୍ୟରୁ ସାଲିସ ଯୋଗ୍ୟ ଫୌଜଦାରୀ ମାମଲା ୧୭୭ ଟି ମଧ୍ୟରୁ ୩୦ ଟି, ଏନ. ଆଇ. ଆକ୍ଟ ଧାରା ୧୩୮ ଅନ୍ତର୍ଗତ ୧୪୯ ଟି ମାମଲା ମଧ୍ୟରୁ 62 ଟି, ବ୍ୟାଙ୍କ ଋଣ ଅଦାୟ ସମ୍ବନ୍ଧିତ ୨୫ ଟି ରୁ ୦୨ ଟି, ମୋଟର ଯାନ ଦୁର୍ଘଟଣା ମାମଲା ୨୬୨ ଟି ରୁ ୧୭ ଟି, ବୈବାହିକ (ଛାଡପତ୍ର ବ୍ୟତୀତ) ସମ୍ବନ୍ଧୀୟ ୧୩୧ ଟି ମାମଲା ମଧ୍ୟରୁ ୧୧୬ ଟି, ରାଜସ୍ୱ ମାମଲା ୪୭୬୧ ଟି ମଧ୍ୟରୁ ୩୪୮୮ ଟି, ଅନ୍ୟାନ୍ୟ ଦେୱାନୀ ମାମଲା ୧୬୩ ଟି ମଧ୍ୟରୁ ୯୪ ଟି, ଓ ଅନ୍ୟାନ୍ୟ ମାମଲା ୩୭୫ ଟି ମଧ୍ୟରୁ ୧୩୬ ଟି ମିଶାଇ ମୋଟ 3945 ଟି ମାମଲାର ଫଇସଲା କରାଯାଇ ମୋଟ ୨ କୋଟି ୬୮ ଲକ୍ଷ ୯୫ ହଜାର ୭୦୩ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାଯାଇଛି।
ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ରାଜଶ୍ରୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସୁମନ କୁମାର ମିଶ୍ର , ପରିବାର ଅଦାଲତ ଜଜ୍ ପ୍ରଜ୍ଞାପାରମିତା ରାଉତ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦେବାଶିଷ ମହାନ୍ତି , ସିଭିଲ କୋର୍ଟ ର ରେଜିଷ୍ଟ୍ରାର ଶୃତିସ୍ନିଗ୍ଧା ଦାସ, ସିନିୟର ସିଭିଲ ଜଜ ସତରୂପା ଶତପଥୀ, ଅତିରିକ୍ତ ସିନିୟର ସିଭିଲ ଜଜ ସୂର୍ଯ୍ୟ ଦାସ, ଦ୍ୱିତୀୟ ଅତିରିକ୍ତ ସିନିୟର ସିଭିଲ ଜଜ୍ ଡ. ନିଶାକର ସାହୁ, ଏସଡିଜେଏମ୍ ଜୁଏଲ ପଟ୍ଟନାୟକ, ଜେଏମଏଫସି-1 (Cog. Taking) ଲକ୍ଷ୍ମୀପ୍ରିୟା ସ୍ବାଇଁ, ଜେଏମଏଫସି ମଧୁଶ୍ରବା ମହାନ୍ତି ଓ ନିଳିଶା ପଟ୍ଟନାୟକ, ଜେଏମଏଫସି (ଏଲଆର ଓ ଏଲଟିଭି) ଶୁଭ୍ରାଂଶୁ ଠାକୁର, ସିଭିଲ ଜଜ୍ କନିଷ୍ଠ ଶାଖା ତଥା ଜେଏଏସସି ସ୍ଵସ୍ତିକ ଦାସ ଓ ଅର୍ପିତା ସାହୁ ଙ୍କ ସମେତ ଅନ୍ୟାନ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଯୋଗ ଦେଇଥିଲେ।
ମାମଲା ସମାଧାନ ନିମନ୍ତେ ଗଠନ ହୋଇଥିବା ବିଭିନ୍ନ ବେଞ୍ଚରେ ନିଯୁକ୍ତ ସଦସ୍ୟ ତଥା ସରକାରୀ ଓକିଲ ଉମାକାନ୍ତ ରାଉତ, ଆଇନଜୀଵୀ ତାପସ କୁମାର ଦତ୍ତ, ସତ୍ୟ ନାରାୟଣ ବେହେରା, ଧିରେନ୍ଦ୍ର କୁମାର ମହାପାତ୍ର, କମଲ କୁମାର କୁଆଁରବାବୁ ଏବଂ ବାରିପଦା ଓକିଲ ସଂଘର ଅନ୍ୟ ଆଇନଜୀବୀ ତଥା ରାଜସ୍ୱ ବିଭାଗ, ବିଦ୍ୟୁତ ବିଭାଗ ଓ ପୌରସଂସ୍ଥା, ବ୍ୟାଙ୍କ୍, ଟେଲିଫୋନ୍ ବିଭାଗ, ବୀମା କମ୍ପାନୀ ଓ ପ୍ରାଧିକରଣର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।
