ବାରିପଦା: ଭିଜିଲାନ୍ସ ଜାଲରେ ୨ ଅଡିଟ ଅଫିସର । ବାରିପଦା ସହରରୁ ଦୁଇ ଅଡିଟ୍ ଅଫିସରଙ୍କୁ ଧରିଲା ଭିଜିଲାନ୍ସ । ଗାଡିରୁ ୫ ଲକ୍ଷ ୮୦ ହଜାର ଟଙ୍କା ଜବତ । ବାରିପଦାରେ ରହୁଥିବା ଏକ ହୋଟେଲ ରୁମରୁ ୮ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । ଗତକାଲି ବିଳମ୍ବିତ ରାତିରେ ଭିଜିଲାନ୍ସ ଟିମ୍ ସେମାନଙ୍କୁ ପିଛା କରିଥିଲା । ପରେ ବାରିପଦା ସହରରୁ ଦୁଇ ଅଡିଟ୍ ଅଫିସରଙ୍କୁ ଧରିଛି ଭିଜିଲାନ୍ସ ଟିମ୍ ।
ଅଟକ ଦୁଇ ଅଡିଟ୍ ଅଫିସର ହେଉଛନ୍ତି ପ୍ରଜ୍ଞା ପ୍ରକାଶ ପାତ୍ର ଏବଂ ପ୍ରଶାନ୍ତ ପ୍ରଧାନ। ଉଭୟ ଭୁବନେଶ୍ୱର STS ବିଭାଗରେ କାର୍ଯ୍ୟରତ । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଆଶ୍ରମ ଏବଂ ଆଦିବାସୀ ହଷ୍ଟେଲରେ ଅଡିଟ୍ ଚାଲିଥିଲା । ଏହି ସମୟରେ ବିପୁଳ ପରିମାଣର ନଗଦ ଟଙ୍କା ସେମାନଙ୍କ ନିକଟରେ ଥିବାର ଖବର ପାଇଥିଲା ଭିଜିଲାନ୍ସ । ଭିଜିଲାନ୍ସ ଟିମ୍ ଉଭୟଙ୍କର ଗତିବିଧି ଉପରେ ନଜର ରଖିଥିଲା । ଅଟକ ଦୁଇ ଅଫିସର ଙ୍କୁ ନେଇ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ଯାଇଛି , ସେଠାରେ ମଧ୍ୟ ଛାନଭିନ୍ କରିବା ନେଇ ସୂଚନା ରହିଛି ।
