IMG 20260905 WA0240

ଗୁରୁ ଦିବସରେ ରକ୍ତଦାନ ଶିବିର 

ରାଜ୍ୟ
  •  ରକ୍ତବୀର ଶିକ୍ଷକ ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ୪୦ ଶିକ୍ଷକ 
ବାରିପଦା : ସ୍ଥାନୀୟ ଲାଲବଜାର ସ୍ଥିତ ଶିକ୍ଷକ ଭବନରେ ଗୁରୁଦିବସ ଅବସରରେ ଜିଲ୍ଲା ଶିକ୍ଷକ ସମନ୍ୱୟ ସମିତି ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି l ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଏହି ଶିବିରକୁ ଉଦଘାଟନ କରିବା ସହିତ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ କରୁଥିବା ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ସମ୍ମାନିତ ଅତିଥି ଭାବରେ ଜିଲ୍ଲାଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ସମାଜସେବୀ ଅମର କୁମାର ସେଠୀ ଗୁରୁଦିବସରେ ରକ୍ତଦାନ କରି ରକ୍ତବୀର ଶିକ୍ଷକ ସମ୍ନାନରେ ସମ୍ମାନିତ ହୋଇଥିବା ରକ୍ତଦାତା ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ l
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷକ ସମନ୍ୱୟ ସମିତିର ଅଧକ୍ଷ ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ଆବାହକ ବିମଲ କୁମାର ଆଚାର୍ଯ୍ୟ, ସଂଯୋଜକ ହରେକୃଷ୍ଣ ବାରିକ ଉପସ୍ଥିତ ଥିଲେ l ସୋମନାଥ ସିଂହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଗଣମାଧ୍ୟମ ସଂଯୋଜକ ଗଦାଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ୯ ଜଣ ଶିକ୍ଷୟତ୍ରୀଙ୍କ ସମେତ୍ ମୋଟ ୪୦ ଜଣ ରକ୍ତଦାନ କରିଥିଲେ l ସମସ୍ତ ରକ୍ତଦାତାଙ୍କୁ ରକ୍ତବୀର ଶିକ୍ଷକ ସମ୍ମାନରେ ସମ୍ମାନିତ କରାଯାଇଥିଲା l ଶିବପ୍ରସାଦ ମହାପାତ୍ର, ଯାମିନୀକାନ୍ତ ପଣ୍ଡା, ରାଜେନ୍ଦ୍ର ମହାନ୍ତ, ପ୍ରଦୀପ କୁମାର ନାଥ, ସିଦ୍ଧେଶ୍ୱର ମିଶ୍ର, ଶିବ ନାରାୟଣ ମହାନ୍ତ, ସୌମ୍ୟ ଦାଶ, ଅଜୟ କୁମାର ମହାପାତ୍ର, ପ୍ରବୀଣ ମହାନ୍ତ, ବର୍ଷାରାଣୀ ପାତ୍ର, ଗୌରଗୋପାଲ ଲେଙ୍କା, ସୂର୍ଯ୍ୟକାନ୍ତ ସେଠୀ, ସବିତା ବାଗ, ବନଜିନୀ ମିଶ୍ର, ଭାନୁପ୍ରିୟା ଦାସ, ଛବିଲତା ବାରିକ, ରାକେଶ ପ୍ରଧାନ, ଦିବ୍ୟରଞ୍ଜନ ଗିରି, ବୀରେନ୍ଦ୍ର ମଢେଇ, ମିତ୍ରଭାନୁ ପାତ୍ର, ଅଜୟ ମହାନ୍ତ ପ୍ରମୁଖ ଶିବିର ପରିଚାଳନା କରିଥିଲେ l