IMG 20260905 WA0241

ପୂର୍ଣ୍ଣଚନ୍ଦ୍ରପୁର ଉପ୍ରା ବିଦ୍ୟାଳୟରେ ଗୁରୁ ଦିବସ ଓ ଜନ୍ମାଷ୍ଟମୀ ପାଳିତ

ରାଜ୍ୟ
ବାରିପଦା : ଜିଲ୍ଲାର ଅଗ୍ରଣୀ ପ୍ରାଥମିକ ବିଦ୍ୟାଳୟ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉପ୍ରା ବିଦ୍ୟାଳୟର ଗୁରୁଦିବସ ତଥା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟରେ ପିଲାମାନଙ୍କ ଦ୍ୱାରା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଗୀତି ନାଟ୍ୟ ଆୟୋଜିତ ହୋଇ ଯାଇଛି । ଏଥିରେ ହଷ୍ଟେଲ ଅନ୍ତେବାସୀମାନେ ଶ୍ରୀକୃଷ୍ଣ, ବଳରାମ, କଂସ, ରାଧା, ବସୁଦେବ, ଦେବକୀ, ଯଶୋଦା ତଥା ଅନ୍ୟାନ୍ୟ ପୌରାଣିକ ଚରିତ୍ରରେ ଜୀବନ୍ତ ଅଭିନୟ କରିଥିଲେ । ଏଥିରେ ସୁମିତ୍ରା ରାଉତ, ଗଣେଶ ବେହେରା, ହରପ୍ରିୟା ବେହେରା, ରବି ମୁଣ୍ଡା ପ୍ରମୁଖ ପିଲାଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ସମାଜ ସେବୀ ସୋମନାଥ ସିଂହ ଓ ଅବସର ପ୍ରାପ୍ତ ଶିକ୍ଷକ ଅସୀମ ଚକ୍ରବର୍ତ୍ତୀ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ ।
ସେହିପରି ବିଦ୍ୟାଳୟ ପ୍ରାଙ୍ଗଣ ରେ ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅଭିନଵ ଢଙ୍ଗ ରେ ସରକାରଙ୍କ ଯୋଜନା ଅନୁସାରେ ବିଦ୍ୟାଳୟ ତରଫରୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୋମନାଥ ସିଂହ, ସୁରମା ଦାସ ଓ ଅନିମା ଆଚାର୍ଯ୍ୟଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ  କରାଯାଇଥିଲା। ଅତିଥି ଶିକ୍ଷକ/ଶିକ୍ଷୟତ୍ରୀ ପିଲାଙ୍କ ଜୀବନରେ ଗୁରୁଙ୍କ ଭୂମିକା ଓ ଗୁରୁତ୍ୱ ସହ ବିଭିନ୍ନ ପୌରାଣିକ ଉପାଖ୍ୟାନ ମାଧ୍ୟମରେ ଭାରତୀୟ ଦର୍ଶନ ଓ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ।
ଛାତ୍ର ଛାତ୍ରୀଙ୍କ ଜୀବନରେ ଶୃଙ୍ଖଳା, ନୀତି ଆଦର୍ଶ ରହିଲେ ଯେ ଜଣେ ସଫଳ ହେଇ ପାରିବ ସେ ଉପରେ ସମସ୍ତେ ବିଭିନ୍ନ ଉପଦେଶ ମାନ ଦେଇଥିଲେ। ହଷ୍ଟେଲ ଅନ୍ତେବାସୀ ମାନେ ନିଜ ହାତରେ ତିଆରି ବିଭିନ୍ନ ଉପହାର ସହ ଫୋଟ ଚିତ୍ର ପ୍ରଭୃତି ଶିକ୍ଷକ ଶିକ୍ଷୟତ୍ରୀ ଓ ହଷ୍ଟେଲ ଶିକ୍ଷକ ଶିକ୍ଷୟତ୍ରୀ ତଥା ନୃତ୍ୟ ଗୁରୁ ରୁପମ ରାମ, ଏଥେଲେଟିକ କୋଚ ବିଷ୍ନୁପ୍ରିୟା ସାହୁଙ୍କୁ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ହଷ୍ଟେଲ ତରଫରୁ ଗଣେଶ ବେହେରା, ହରପ୍ରିୟା ବେହେରା, ସରୋଜ ସାବତ ପ୍ରମୁଖ ସହଯୋଗ କରିଥିଲେ। ବିଦ୍ୟାଳୟ ତରଫରୁ ସୁମିତ୍ରା ରାଉତ, ଦିପ୍ତିମୟୀ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗଣେଶ ବେହେରା ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।