ବାରିପଦା : ମୟୁରଭଞ୍ଜ ଜିଲ୍ଲା ଉଦଳା ଏନଏସି ଅନ୍ତର୍ଗତ ୱାର୍ଡ ନମ୍ବର 10 ରେ ଥିବା ଉଠାଜଳସେଚନ ସହକାରୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରୁଥିବା ମୋଚିରାମ ଟୁଡୁ ଙ୍କୁ ଗତକାଲି ରାତ୍ରୀ ରେ ଡ୍ୟୁଟି କରୁଥିବା ସମୟରେ ବସିଥିବା ଚୌକି ତଳେ ଲୁଚି ରହିଥିବା ଏକ ବିଷାକ୍ତ ସାପ ତାଙ୍କ ଗୋଡ଼ରେ କାମୁଡି ଦେଇଥିଲାl
ଏଥିରେ ସିଏ ଭୟଭୀତ ନହୋଇ ସାପଟିକୁ ଏକ ବାଡ଼ିରେ ପିଟି ଅଧା ଦର୍ମଲା କରି ଏକ ବ୍ୟାଗରେ ପୁରାଇ ଉଦଳା ଡାକ୍ତରଖାନା କୁ ଆସିଥିଲେ l ଏହା ଦେଖି ସଙ୍ଗେ ସଙ୍ଗେ ଡାକ୍ତର ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ l ଫଳରେ ସିଏ ବର୍ତ୍ତମାନ ସୁସ୍ଥ ଥିବାର ଖବର ମିଳିଅଛି l ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଅଛି l
