IMG 20260905 WA0246

ଜାତୀୟ ଚକ୍ଷୁଦାନ ପକ୍ଷ ଅବସରରେ ସଚେତନତା ରାଲି

ରାଜ୍ୟ
ବାରିପଦା : ବାରିପଦା ମହାବିଦ୍ୟାଳୟ  ଠାରେ ଜାତୀୟ ଚକ୍ଷୁଦାନ ପକ୍ଷ ଅବସରରେ ଦୃଷ୍ଟିଦାନ ଚକ୍ଷୁ ବ୍ୟାଙ୍କ ତରଫରୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଅଛି  l  ମହାବିଦ୍ୟାଳୟ ର +୨ ର ଅଧକ୍ଷ  ରାଜେଶ୍ କୁମାର ଷଡଙ୍ଗୀ ଙ୍କ ତତ୍ତ୍ଵାବଧାନରେ ରାଲିର ଶୁଭାରମ୍ଭ ହୋଇଥିଲା । ଏହାର ପରିଚାଳନା କରିଥିଲେ Nss ଏବଂ YRC କାଉନସେଲର  ଅଟଳ କୁମାର ମହାନ୍ତ। ଅନୁଷ୍ଠିତ ରାଲିରେ ଦୃଷ୍ଟିଦାନ ଆଇ ବ୍ୟାଙ୍କ୍ ତରଫରୁ ଯୋଗ ଦେଇଥିଲେ ଆଇ ବ୍ୟାଙ୍କ୍ ମ୍ୟାନେଜର ଜ୍ୟୋତିର୍ମୟୀ ମହାନ୍ତି,ଏବଂ କର୍ଣ୍ଣିଆ ସଂଗ୍ରହ ବିଶେଷଜ୍ଞ ଭାନୁପ୍ରିୟା ମହାନ୍ତ,ଲକ୍ଷ୍ମୀ ମହାନ୍ତ ଏବଂ ନେତ୍ରାଞ୍ଜଳି ସେବା ସଂସ୍ଥା ର  ନିର୍ମଳ କୁମାର ଜେନା।
ଉକ୍ତ କାର୍ଯ୍ୟକ୍ରମରେ  ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଙ୍କ ସମେତ  +୨ ଓ +୩ ମହାବିଦ୍ୟାଳୟର ୩୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା  ଚକ୍ଷୁଦାନ ବିଷୟରେ ଲୋକଙ୍କୁ ଅଧିକ ରୁ ଅଧିକ ସଚେତନ କରିବା। ଲୋକମାନେ ସଚେତନ ହେଲେ ଅଧିକ ରୁ ଅଧିକ କର୍ନିଆ ସଂଗ୍ରହ ହେଇପାରିବ ଏବଂ ଦେଶରେ ଦେଖାଯାଉଥିବା କର୍ଣିଆ/ସ୍ୱଚ୍ଛପଟଳ ଜନିତ ଦୃଷ୍ଟିହିନତା କୁ ଦୂର କରିପାରିବା।