IMG 20260902 WA0229

ଅସୁରକ୍ଷିତ ଅବସ୍ଥାରେ ଏମପିସି ଜୁନିଅର କଲେଜ 

ରାଜ୍ୟ
  • ନିଜ ଖର୍ଚ୍ଚରେ କଲେଜ ପରିସରକୁ ମରାମତି କରିବାକୁ ଅନୁମତି ମାଗିଲା ଭଞ୍ଜସେନା 
ବାରିପଦା : ସ୍ଥିତି ମୟୂରଭଞ୍ଜ ମହାରାଜାଙ୍କ ଐତିହାସିକ ରାଜପ୍ରାସାଦରେ ଏବେ ଏମପିସି ଜୁନିଅର କଲେଜ ଚାଲିଛି। ପୂର୍ବରୁ ଏହି ରାଜପ୍ରସାଦରେ ଯୁକ୍ତ ଦୁଇ, ଯୁକ୍ତ ତିନି ବିଭାଗର କଳା, ବାଣିଜ୍ୟ, ବିଜ୍ଞାନ ର କଲେଜ ଚାଲିଥିଲା l ମାତ୍ର ଏବେ କଲେଜ ପରିସର ଛାତ୍ର ଛତ୍ରୀ ମାନଙ୍କ ପାଇଁ ଅସୁରକ୍ଷିତ ପାଲଟିଛି l ପାଣି ଝରିବା, ଭଗ୍ନାବଶେଷ, ଗଛଲତା, ଜଳ ଜମିବା ଓ ବିଷାକ୍ତ ସର୍ପ ଭୟ ମଧ୍ୟରେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ପାଠ ପଢୁଛନ୍ତି  ଛାତ୍ରଛାତ୍ରୀ।
ତାକୁ ଦେଖି ଏମପିସି କଲେଜ ର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଭାରତବର୍ଷର ମହାମହିମ ରାଷ୍ଟ୍ରପତି,ଓଡିଶାର ମୁଖ୍ୟମନ୍ତ୍ରୀ,  ରାଜ୍ୟ ପୂର୍ତ୍ତ ମନ୍ତ୍ରୀ,ମୁଖ୍ୟ ଶାସନ ସଚିବ,ପୂର୍ତ୍ତ ବିଭାଗ ସଚିବ,ଗଣଶିକ୍ଷା ବିଭାଗ ସମେତ ମୟୁରଭଞ୍ଜ ଜିଲ୍ଲାପାଳ ଙ୍କୁ ତୁରନ୍ତ ସେଥିରେ ହସ୍ତକ୍ଷେପ କରି ସମୟବଦ୍ଧ ପୁନରୁଦ୍ଧାର ଓ ସଂରକ୍ଷଣ କରିବା ପାଇଁ  ସାମାଜିକ ଗଣମାଧ୍ୟମ “ଏକ୍ସ”, ଇମେଲ୍ ଯୋଗେ ଦାବୀ କରିଥିଲେ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ଆଜି ପୁଣି ଭଞ୍ଜସେନା ଛାତ୍ର ଶାଖା ତରଫରୁ ଜିଲ୍ଲା ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ଙ୍କ ଉପସ୍ଥିତିରେ ଏକ ପ୍ରତିନିଧି ଦଳ ଏମପିସି ଜୁନିୟର କଲେଜ ଅଧ୍ୟକ୍ଷ ଙ୍କୁ ଭେଟି ସଂଗଠକ ତରଫରୁ ଆବଶ୍ୟକୀୟ ଅର୍ଥ ଖର୍ଚ୍ଚ କରି ରାଜବାଟି ପରିସର କୁ ପରିଷ୍କାର ପରିଚ୍ଛନ୍ନ କରିବା ନିମନ୍ତେ ଅନୁମତି ମାଗିଥିଲେ ମାତ୍ର କଲେଜ ଅଧ୍ୟକ୍ଷ ଆଗାମୀ ତିନିଦିନ ମଧ୍ୟରେ ସେସବୁ କାର୍ଯ୍ୟ କଲେଜ ପକ୍ଷରୁ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ପ୍ରତିନିଧି ମଣ୍ଡଳୀ ଆଂଶିକ ସନ୍ତୁଷ୍ଟ ହୋଇ ଫେରି ଆସିଥିଲେ |
ମାତ୍ର ଆଗାମୀ ତିନିଦିନ ମଧ୍ୟରେ ଉକ୍ତ କାର୍ଯ୍ୟ ସଂମ୍ପୂର୍ଣ୍ଣ ନହେଲେ ଚଳିତ ସେପ୍ଟେମ୍ବର ମାସ ୭ ତାରିଖ   ସୋମବାର ଦିନ ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷା ପାଇଁ ଏମପିସି କଲେଜ ସମ୍ମୁଖ ରାସ୍ତା ଉପରେ ବସି ହରତାଳ କରାଯିବ ବୋଲି ସଂଗଠନ ଜିଲ୍ଲା ଛାତ୍ର ଶାଖା ସଭାପତି ଦୀପକ ବେହେରା ସୂଚନା ପ୍ରଦାନ କରିଛନ୍ତି | ଆଜିକାର ଏହି ପ୍ରତିନିଧି ଦଳରେ ଜିଲ୍ଲା ମୁଖପାତ୍ର,ଜିଲ୍ଲା ଛାତ୍ର ଶାଖା ସଭାପତି ଙ୍କ ସମେତ ଛାତ୍ର ଉପସଭାପତି ରୁଦ୍ର ପଟ୍ଟନାୟକ,ହ୍ରିତିକ୍ ନାଥ,ଦିବ୍ୟଜ୍ୟୋତି ଦାସ୍,ପଙ୍କଜ ପରିଡା,ପଦ୍ମଲୋଚନ ମୁଖି,ଆନନ୍ଦ ପରିଡା,ବିଶ୍ବଜିତ୍ ନାଥ,ଶୁଭେନ୍ଦୁ ଭକ୍ତା,ଗୋପାଲ୍ ସିଂ,ଦେବଜ୍ୟୋତି ନାଥ ପ୍ରମୁଖଙ୍କ ସମେତ ଛାତ୍ର ନେତା ମାନେ ସାମିଲ ଥିଲେ l