ବାରିପଦା : ସମଗ୍ର ଦେଶରେ ଦେଖାଦେଇଥିବା ଅହେତୁକ ଦରବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ଶ୍ରମିକ – କୃଷକମାରଣ ନୀତି, ଉତ୍କଟ ବେକାରୀ ସମସ୍ୟା, ଶିକ୍ଷା – ସ୍ବାସ୍ଥ୍ୟସେବାର ଅଧୋଗତି, ମହିଳା – ସାଧାରଣ ଲୋକଙ୍କ ଉପରେ କ୍ରମ ବର୍ଦ୍ଧିଷ୍ଣୁ ଅତ୍ୟାଚାର,ଘୃଣା, ହିଂସା ଓ ଭିଡ଼ ହତ୍ୟା, ସମ୍ବିଧାନର ମୂଲ୍ୟବୋଧର ସୁରକ୍ଷା, ନିର୍ବାଚନ ସଂସ୍କାର, ସାମାଜିକ ସୁରକ୍ଷା ଯୋଜନାରେ ମାସିକ ୩ ହଜାର ଟଙ୍କା ଭତ୍ତା ପ୍ରଦାନ, ବନ୍ୟା ପ୍ରପୀଡ଼ିତ ଜନତା ଓ ଚାଷୀଙ୍କ ସମସ୍ୟା ଇତ୍ୟାଦି ନେଇ ୧ ସେପ୍ଟେମ୍ବର ଦିଲ୍ଲୀ ରାମଲୀଳା ମୈଦାନ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଅନୁଷ୍ଠିତ ପରିବର୍ତ୍ତନ ଜରୁରୀ ମହାସମାବେଶ ଏବଂ ରାଜ୍ୟ ସ୍ବାର୍ଥ ବିରୋଧୀ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟମାବଳୀ (ଏମ୍ ଏମ୍ ଡି ଆର୍) ସଂଶୋଧନ ଆଇନ୍ – ୨୦୨୬ର ପ୍ରତ୍ୟାହାର ଦାବିରେ ୮ ସେପ୍ଟେମ୍ବର ରାଜ୍ୟ କନଭେନସନର ସଫଳତା ପାଇଁ ଆଜି ସାରସକଣା ଜୋନ୍ ର ଡୁମରଡିହା ଶାଖା ପକ୍ଷରୁ ପୋଖରଡିହା ପଞ୍ଚାୟତର ଦେହୁରୀସାହି, ଡୁଙ୍ଗୁରୁସାହି,ଭୋଲାସାହି,ଜାଲୁମଡି ହି,ପାଟବେଡା ପ୍ରଭୃତି ଗ୍ରାମରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର,ଶାଖା ସମ୍ପାଦକ ସାଥୀ ଅନାଦି ଚରଣ ପାତ୍ର, ରବିନ୍ଦ୍ର ମୁଣ୍ଡା,ସବିତା ଭକ୍ତା, ଭଗବାନ ଭକ୍ତା, ରଘୁନାଥ ମୁଣ୍ଡା, ଅଞ୍ଜଳୀ ମୁଣ୍ଡା,ସୁମିରାମ,ଭାଦ ହାଁସଦା, ତୁଳସୀ ପାତ୍ର, ରାମଚନ୍ଦ୍ର ମୁଣ୍ଡା,ପୁତୁଲି ବେହେରା,ଲଖ୍ମିଧର, ପ୍ରଦୀପ ଭକ୍ତା ପ୍ରମୁଖ ସାମିଲ ଥିଲେ।
