IMG 20260825 WA0310

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

ରାଜ୍ୟ
ବାରିପଦା : ‌ହିନ୍ଦୁ ସଂସ୍କୃତିରେ ଭାଇ ଭଉଣଘର ପବିତ୍ର ସଂପର୍କ ଓ ସ୍ନେହ ମମତା ପରଂପରା ସାରା ବିଶ୍ବରେ ଅନନ୍ୟ ଓ ଅବର୍ଣ୍ଣନୀୟ । ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦର ସଦସ୍ୟ ବୃନ୍ଦ ପବିତ୍ର  ରକ୍ଷାବନ୍ଧନ ଉଦ୍ଦେଶ୍ୟରେ ଆଜି ମୟୂରଭଂଜ ଜିଲ୍ଲାର ଵହଳଦା ଧରଣୀଲାଲ କଲେଜରେ ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ  ,ଛାତ୍ରଛାତ୍ରୀମାନେ  ମଥାରେ ଅରୁଆ ଚାଉଳ,ସିନ୍ଦୁର ଲଗାଇ ହାତରେ ପବିତ୍ର ରାକ୍ଷୀ ବାନ୍ଧି ସମ୍ମାନ ଜଣାଇଥିଲେ ।
ଏଥି ସହିତ  ଵହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର , ଡାକ୍ତରାଣୀ,ନର୍ସ,କର୍ମଚାରୀ ଓ ରୋଗୀମାନଙ୍କୁ, ଵହଳଦା ବନ୍ୟାଞ୍ଚଳ କାର୍ଯ୍ୟାଳୟରେ ବନବିଭାଗ ଅଧିକାରୀ ଓ କର୍ମଚାରୀମାନଙ୍କୁ,ପରେ ଵହଳଦା ଥାନାରେ ଥାନାଧିକାରୀ ଏବଂ ପୋଲିସ କର୍ମଚାରୀ , ଵହଳଦା ତହସିଲ କାର୍ଯ୍ୟାଳୟରେ ତହସିଲଦାର ଓ କର୍ମଚାରୀମାନଙ୍କୁ    ହାତରେ ରାକ୍ଷୀ  ପିନ୍ଧାଇ ଥିଲେ । ପରେ ଵହଳଦା ବ୍ଳକ କାର୍ଯ୍ୟାଳୟକୁ ଯାଇ ଭିଡିଓ,ଯନ୍ତ୍ରୀ ଏବଂ କର୍ମଚାରୀମାନଙ୍କ ହାତରେ ପବିତ୍ର ରାଖି ପିନ୍ଧାଇ ଥିଲେ ।ଏବିଭିପିର ଏହି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।ଏହି ପବିତ୍ର କାର୍ଯ୍ଯକ୍ରମରେ ସ୍ମୃତିରେ ଶିଖା ସାହୁ,ସିମରନ ବେହେରା,ପ୍ରିତିପ୍ରଜ୍ଞା,ମନିଷା,ବଣ୍ଟି ମହାନ୍ତିଙ୍କ ସମେତ ଏବିଭିପିର ବହୁ ସଦସ୍ୟ ଓ ସଦସ୍ୟା ସାମିଲ ହୋଇଥିଲେ l