ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଗୋରୁମହିଷାଣୀ ଥାନା ଅଞ୍ଚଳର ଵିଜାତଳା ବ୍ଳକର ସାନବାଣ୍ଠା ଗ୍ରାମର ଅଲେଖ ଚନ୍ଦ୍ର ଧଳ ଘରର କୌଣସି କାମ ପାଇଁ ସାଇକେଲ ଯାଉଥିବାବେଳେ ରାସ୍ତାରେ ସାଇକେଲ ରୁ ଖସିଦୁର୍ଘଟଣାଗ୍ରସ୍ତ ହୋଇଥିଲେ ।ଘଟଣାଟି ରବିବାର ସକାଳେ ଘଟିଥିଲା ।ପରେ ପରିବାର ଲୋକେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ ।
ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଅଛି ।ଆଜି ଗୋରୁମହିଷାଣି ପୋଲିସ ପକ୍ଷରୁ ଏକ କେଶ ମାମଲା ୦୯/୨୦୨୬ ରୁଜୁ କରାଯାଇ ମୃତକର ଶବ ଵ୍ଯବଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ପୋଲିସ ଘଟଣାର ସବିଶେଷ ତଦନ୍ତ କରୁଛି ।
