IMG 20260824 WA0267 (1)

ମାଦଳ ମହୁରୀ ଉତ୍ସବ ଉପରେ ଆଲୋଚନା ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ 

ରାଜ୍ୟ
ବାରିପଦା : ଦୁର୍ଯ୍ୟ – ସରସ୍ବତୀ ସାଂସ୍କୃତିକ ପରିଷଦ ଓ ସୌଖିନ କଳାକାର ଆନୁକୂଲ୍ୟରେ ଚଳିତ ବର୍ଷ ୩ଦିନିଆ ମାଦଳ ମହୁରୀ ଉତ୍ସବ ଅନୁଷ୍ଠିତ ହୋଇଥିଲା I ଉକ୍ତ ଉତ୍ସବରେ ଉତ୍ସବର ମୁଖ୍ୟ ଆୟୋଜକ କ୍ଷୀରୋଦ ବିହାରୀ ସିଟଙ୍କ ରଚିତ ୫ଟି ନାଟକ ମଞ୍ଚସ୍ଥ ହୋଇଥିଲା I ସମସ୍ତ ନାଟକର ନିର୍ଦ୍ଦେଶକ, କଳାକାର ସଂଗୀତ ନିର୍ଦ୍ଦେଶକ ଓ ଅନ୍ୟ ସମସ୍ତଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା I ଗତ ସନ୍ଧ୍ୟାରେ ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ସମସ୍ତ ନାଟକର କଳାକାର, ନିର୍ଦ୍ଦେଶକ ଓ ସହଯୋଗୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I
ପରିଷଦର ପ୍ରତିଷ୍ଠାତା ଶ୍ରୀ ସିଟ ସ୍ୱାଗତ ଅଭିଭାଷଣରେ ଉତ୍ସବକୁ ସଫଳ କରିଥିବା ସମସ୍ତ ନାଟ୍ୟସଂସ୍ଥାର ସଦସ୍ୟ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ବର୍ଷରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ I ଚଳିତ ବର୍ଷର ଉତ୍ସବ ଉପରେ ଉପସ୍ଥିତ ନିର୍ଦ୍ଦେଶକ ଓ କଳାକାର ମାନେ ନିଜନିଜର ମତପୋଷଣ କରିଥିଲେ I ଏହି ଅବସରରେ ଉତ୍ସବର ସଫଳତା ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ଅଭିନେତା ସୋମନାଥ ସିଂହ, ରାଜେଶ ଦାଶ ଓ ଜ୍ଞାନରଞ୍ଜନ ପଣ୍ଡା ଏବଂ ଉଦୀୟମାନ କଣ୍ଠଶିଳ୍ପୀ ସରନ୍ୟା ସାହୁ, ମୋନାଲିସା ସେଠି ଓ ଆଦ୍ୟାଶା ଗଜେନ୍ଦ୍ର ମହାପାତ୍ରଙ୍କୁ ଅତିଥି ୱାର୍ଡ ନଂ ୧୭ ର କାଉନସିଲର କରୁଣାକର ହେମ୍ବ୍ରମ ଓ ବାରିପଦା କଳାକାର ପରିବାରର ସଭାପତି ତଥା ବରିଷ୍ଠ ଅଭିନେତା ସନ୍ତୋଷ କୁମାର ମହାନ୍ତିଙ୍କ ହାତରେ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା I
ମୁରଲୀଧର ବେହେରା, ଅଶୋକ ପଟ୍ଟନାୟକ, ବରେନ୍ଦ୍ର ମହାନ୍ତି, ରବି ନାରାୟଣ ମହାପାତ୍ର ଓ ଅନିରୁଦ୍ଧ ଜେନା କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ସୌଖିନ କଳାକାରର ସମ୍ପାଦକ ଅନିଲ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ I