IMG 20260824 WA0273

ମୟୂରଭଞ୍ଜ ଜିଲ୍ଲାରେ ‘ ଉଲ୍ଲାସ-୨୬ ’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ରାଜ୍ୟ
ବାରିପଦା :  ମୟୂରଭଞ୍ଜ ଜିଲ୍ଲାରେ ‘ଉଲ୍ଲାସ-୨୬’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷା ଅଧିକାରୀ, ମୟୂରଭଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣରେ ଜିଲ୍ଲାର ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଓ କମ୍ପ୍ୟୁଟର ପ୍ରୋଗ୍ରାମର ମାନ ଙ୍କୁ ନେଇ ମୋଟ ୬୫ ଜଣ ଅଂଶଗ୍ରହଣକାରୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଡି.ଆଇ.ଇ.ଟିର ଅଧ୍ୟକ୍ଷ ଅତିଥି ଭାବେ ଯୋଗଦେଇ ଅଂଶଗ୍ରହଣକାରୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ।  ବିନୋଦ ସିଂ, ଏ .ଡି. ଇ. ଓ ଏକାଡେମିକ୍ସ,  ଅନୁଜା ମାଧୁରୀ ଦାସ , ବିଇଓ, ବାରିପଦା ଏବଂ  ଦୀପ୍ତିମୟୀ ସିଂ , ବିଇଓ, ଶାମାଖୁଣ୍ଟାଙ୍କ ଦ୍ୱାରା ବିଷୟଭିତ୍ତିକ ଆଲୋଚନା ଓ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।
ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ‘ଉଲ୍ଲାସ-୨୦୨୬’ର ପରିଚୟାତ୍ମକ ଅଧିବେଶନ, ସିଆରସିସିଙ୍କ ଭୂମିକା, ହବ୍ ସ୍କୁଲର ପ୍ରଧାନଶିକ୍ଷକଙ୍କ ଭୂମିକା, ବିଇଓଙ୍କ ଭୂମିକା ଓ ଦାୟିତ୍ୱ ଆଦି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିସହିତ ଉଲ୍ଲାସ ପୋର୍ଟାଲରେ କ୍ରେଡେନ୍ସିଆଲ୍ସର ବ୍ୟବହାର ଓ ପ୍ରକ୍ରିୟା, ପୋର୍ଟାଲ ମାଧ୍ୟମରେ ଶିକ୍ଷାର୍ଥୀଙ୍କୁ ସର୍ଟଲିଷ୍ଟ କରିବାର ପ୍ରକ୍ରିୟା, ଅନୁଦାନର ସୁଚାରୁ ବିନିଯୋଗ, ଡାଉଟ୍ କ୍ଲିୟରିଂ କ୍ଲାସ୍ ପରିଚାଳନା ଏବଂ ବ୍ଲକ୍ ସ୍ତରରେ କାର୍ଯ୍ୟ ମଡ୍ୟୁଲ୍ ପ୍ରସ୍ତୁତି ସମ୍ପର୍କରେ ଆବଶ୍ୟକୀୟ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା। ପ୍ରଶିକ୍ଷଣର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ହ୍ୟାଣ୍ଡ୍ସ-ଅନ୍ ଟେକ୍ନିକାଲ୍ ସେସନ୍, ଯେଉଁଥିରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉଲ୍ଲାସ ପୋର୍ଟାଲର ବ୍ୟବହାର, ଲଗ୍-ଇନ୍, କ୍ରେଡେନ୍ସିଆଲ୍ ବ୍ୟବହାର, ଶିକ୍ଷାର୍ଥୀ ଚୟନ ଓ ଅନ୍ୟାନ୍ୟ ଆବଶ୍ୟକୀୟ ପ୍ରାୟୋଗିକ ପ୍ରକ୍ରିୟା ସମ୍ପର୍କରେ ପ୍ରାୟୋଗିକ ଅଭ୍ୟାସ କରାଯାଇଥିଲା ।
ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କ ଅଧ୍ୟକ୍ଷୀୟ ଅଭିଭାଷଣରେ ଉଲ୍ଲାସ-୨୦୨୬ର ସଫଳ ରୂପାୟଣ ପାଇଁ ବ୍ଲକ୍ ଓ ବିଦ୍ୟାଳୟ ସ୍ତରରେ ସମନ୍ୱିତ ଭାବେ କାର୍ଯ୍ୟ କରିବା ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ଓ ପ୍ରାୟୋଗିକ ଅଭ୍ୟାସ ସହ ସଫଳତାର ସହ ସମ୍ପନ୍ନ ହୋଇଥିଲା।