୩୧ରେ ସରଗଡା ଜି ପିରେ ହେବ ଯୁଗ୍ମ ଜନ ଶୁଣାଣି ଶିବିର

ରାଜ୍ୟ
ବାରିପଦା: ଜିଲ୍ଲା କାର୍ଯ୍ୟାଳୟର ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ଅଗଷ୍ଟ ମାସ ପଞ୍ଚମ ସୋମବାର ତା ୩୧-୦୮-୨୦୨୬ ରିଖ ବାମନଘାଟୀ ଉପଖଣ୍ଡସ୍ଥ ବିଜାତଳା ବ୍ଲକର ସରଗଡା ପଂଚାୟତ ସମିତି କାର୍ଯ୍ୟାଳୟ ପରିସର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ| କାର୍ଯ୍ୟ ସୂଚୀ ଅନୁଯାୟୀ ଉକ୍ତ ଜନ ଶୁଣାଣି ଶିବିର ପୂର୍ବାହ୍ନ ୧୦ ଘଟିକା ସମୟରେ ଆରମ୍ଭ ହୋଇ ଜନସାଧାରଣଙ୍କ ଆପତ୍ତି /ଅଭିଯୋଗ ଗୁଡିକର ଶୁଣାଣି କରାଯିବ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ  ବାମନଘାଟୀ ଉପଖଣ୍ଡର ସମସ୍ତ ଉପଖଣ୍ଡ ସ୍ତରୀୟ  ବିଭାଗୀୟ ଅଧିକାରୀ, ସମସ୍ତ ଲାଇନ ବିଭାଗର ଅଧିକାରୀ ଓ ବିଜାତଳା ବ୍ଲକର ବିଭିନ୍ନ ବ୍ଲକ ସ୍ତରୀୟ ଅଧିକାରୀବୃନ୍ଦଙ୍କ  ଉପସ୍ଥିତିରେ ଆପତ୍ତି ଅଭିଯୋଗ ଗୁଡିକର ଶୁଣାଣି କରାଯିବ।
ଏଣୁ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଂଚଳର ଜନସାଧାରଣବୃନ୍ଦ  ନିର୍ଧାରିତ ସ୍ଥାନ,ତାରିଖ ଓ ସମୟରେ ଉପସ୍ଥିତ ହୋଇ ନିଜ ନିଜର ବ୍ୟକ୍ତିଗତ ତଥା ସାମୁହିକ ସମସ୍ୟା ସମ୍ପର୍କିତ ଆପତ୍ତି ଅଭିଯୋଗ ପତ୍ର ଗୁଡିକ ଦାଖଲ କରିପାରିବେ ବୋଲି ଉପଖଣ୍ଡ ପ୍ରଶାସନ ପକ୍ଷରୁ ସୂଚୀତ କରାଯାଉଛି।