- ବାମନଘାଟି ଉପଖଣ୍ଡ ରେ ବର୍ଷା ର ବିତ୍ପାତ
ବାରିପଦା, : ମୟୁରଭଞ୍ଜ ଜିଲ୍ଲାରେ ବିଗତ କିଛିଦିନ ହେଲାଣି ବର୍ଷା ର ବିତ୍ପାତ ଲାଗିରହିଛି l ଗତକାଲି ରାତ୍ରୀ ରୁ ଜିଲ୍ଲାର ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର, ବହଳଦା,ତିରିଂ,ଜାମଦା, ବିଜାତଳା ସମେତ ବାଙ୍ଗରିପୋଷି,ବିଶୋଇ, ସାରସକଣା ଆଦି ବ୍ଲକ ଅଞ୍ଚଳରେ ଭାରି ବର୍ଷା ଲାଗିରୋହିଅଛି l ଏହି ଲଗାତାର ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ବାଦାମପାହାଡ଼ ଥାନା ଅଞ୍ଚଳରେ ଗୋଟିଏ ପରିବାରର ସ୍ତ୍ରୀ ଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଗୁରୁତର ଆହତ ହୋଇ ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି l ଉକ୍ତ ଥାନା ଅନ୍ତର୍ଗତ ଚୁଆପାଣି ପଞ୍ଚାୟତର ଛଣୁଆ – ବଡ଼ସାହିର ସ୍ୱାମୀ ଵୀରଭଦ୍ର ମହାନ୍ତ (52) ଏବଂ ସ୍ତ୍ରୀ ହେମଲତା ମହାନ୍ତ (45) ଗତକାଲି ସୋମବାର ରାତ୍ରିରେ ଘରେ ଖାଇପିଇ ଶୋଇଥିଲେ l
ଲଗାଣ ବର୍ଷା ରେ ପଡୋଶୀ ଘରର କାନ୍ଥ ଭାଙ୍ଗି ଵୀରଭଦ୍ର ଙ୍କ କାନ୍ଥ ଉପରେ ପଡ଼ିଯାଇଥିଲା l ଫଳରେ ଦୁଇଗୋଟି କାନ୍ଥ ସ୍ୱାମୀ ସ୍ତ୍ରୀ ଙ୍କ ଉପରେ ଜାଙ୍କିଯାଇଥିଲା l ସ୍ଥାନୀୟ ଲୋକମାନଙ୍କର ସହାୟତାରେ ଜେସିବି ସାହାଯ୍ୟରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା କୁ ନିଆଯାଇଥିଲା l ମାତ୍ର ଡାକ୍ତର ସ୍ତ୍ରୀ ହେମଲତା ଙ୍କୁ ମୃତ ଘୋଷଣା କରିଥିଲେ l ଏ ବାବଦରେ ବାଦାମପାହାଡ଼ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଅଛି l ପ୍ରକାଶ ଥାଉକି ଗତ 24 ଘଣ୍ଟା ମଧ୍ୟରେ ବହଳଦା ରେ ସର୍ବାଧିକ 273 ମିଲିମିଟର, ରାଇରଙ୍ଗପୁର ରେ 207 ମିଲିମିଟର,ବାଙ୍ଗିରିପୋଷି ରେ 112.4 ମିଲିମିଟର , ବିଜାତଳା ରେ 107 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ଜାମଦା ବ୍ଲକ ରେ 126 ଏବଂ ତିରିଂ ରେ 96.2, ସାରସକଣା ଏବଂ ବିଶୋଇ ରେ 92 ମିଲିମିଟର ବର୍ଷା ରେକର୍ଡ କରାଯାଇଅଛି l ଅନ୍ୟାନ୍ୟ ବ୍ଲକ ଅଞ୍ଚଳରେ ବର୍ଷା ର ପରିମାଣ କମ ଅଛି l
