Dead body 750x430 1

ପାଣିରେ ବୁଡି ନାବାଳକର ମୃତ୍ୟୁ

ରାଜ୍ୟ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଖଡ଼ମବେଡା ଗ୍ରାମରେ ଏକ ଖାଲରେ ଥିବା ପାଣିରେ ପଡି ଏକ ନାବାଳକ ର ମୃତ୍ୟୁ ହୋଇଅଛି l ମୃତକର ପରିବାରଵର୍ଗ ଙ୍କ କହିବା ଅନୁଯାୟୀ ଗତକାଲି ପାଖରୁ ପିଲାଟି ନିଖୋଜ ଥିଲା l ତାକୁ ଅନେକ ଖୋଜା ଖୋଜି କରିବା ପରେ ମଧ୍ଯ କୌଣସି ସନ୍ଧାନ ପାଇନଥିଲେ l

ଆଜି ସକାଳୁ ନିକଟରେ ଥିବା ଏକ ମୋରମ ମାଟି ତଡ଼ାହୋଇଥିବା ଖାଲରେ ଥିବା ପାଣିରେ ତାର ଶବ ଭାସୁଥିବାର ପରିବାରଲୋକେ ଦେଖିବାକୁ ପାଇ ଉଦ୍ଧାର କରିଥିଲେ l ବିଶୋଇ ଥାନା ପୋଲିସ ଶବ କୁ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ପଠାଇ ଅଧିକ ତଦନ୍ତ ଜାରିରଖିଅଛି l