IMG 20260813 WA0263

ରାଇରଙ୍ଗପୁର ପୌରାଞ୍ଚଳ ୨ ନମ୍ବର ଓ୍ଵାର୍ଡ ଵାଇଦାପୋଷି ଗ୍ରାମରେ ୨୦  ପରିବାର ଜଳବନ୍ଦୀ

ରାଜ୍ୟ
ବାରିପଦା  : ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ରାଇରଙ୍ଗପୁର ପୌରାଞ୍ଚଳର ଦୁଇ ନମ୍ବର ଓ୍ଵାର୍ଡବାସୀଙ୍କ ଅବସ୍ଥା ବେହାଲ ।  ମହାମହିମ ରାଷ୍ଠ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ପ୍ରାକ୍ତନ କଂଗ୍ରେସ ବିଧାୟକ ଶାମ ଚରଣ ହାଁସଦା ଙ୍କ ଘର ଏହି ଦୁଇ ନମ୍ବର ଓ୍ବାର୍ଡରେ ଅଵସ୍ଥିତ  । ବୁଧବାର ମଧ୍ୟ ରାତ୍ରରୁ ପ୍ରବଳ ବର୍ଷାରେ ଵାଇଦାପୋଷୀର ମାଚିସଫେକ୍ଟ୍ରି, ଜଳସେଚନା୍ ଡାକବବଙ୍ଗଳା ତଥା ଗ୍ରୀଡ୍ ଷ୍ଟେସନ ସମ୍ମୁଖରେ ଥିବା ୨୦ ରୁ ଉର୍ଦ୍ଧ୍ବ ପରିବାର ଜଳବନ୍ଦିରେ ରହିଛନ୍ତି । ମହାମହିମ ରାଷ୍ଟ୍ରପତିଙ୍କ ଆଗମନ ସମୟରେ ତଥା ଦେଢ଼ ମାସ ପୂର୍ବରୁ ନୂତନ ରାସ୍ତା ନିର୍ମାଣ ହୋଇଥିଲା । ଠିକାଦାର ଡ୍ରେନେଜ କଲା ନାହିଁ ।
ରାସ୍ତା ନିର୍ମାଣ ହେଲା ଅଥଚ ଠିକାଦାର କିମ୍ବା ପୌରପାଳିକା ଅଣ ନଜରରେ ରହିଗଲା ଡ୍ରେନେଜ ବ୍ୟବସ୍ଥା  ।ରାସ୍ତା ହେଲା ଉଚ୍ଚା  , ଘର ରହିଲା ତଳ ।ଡ୍ରେନେଜ ବ୍ୟବସ୍ଥା କରି ନ ଥିବାରୁ ତଳିଆ ସାହିରେ ହଠାତିଆ  ଵର୍ଷାପାଣି  ସମସ୍ତଙ୍କ ଘରେ ପଶି  ଆଣ୍ଠୁଏ ଠିଆ ହୋଇ ରହିଛି ।  ଜଳ ନିଷ୍କାସନ ବ୍ୟବସ୍ଥା ନାହିଁ ।ଘରର ଆସବାବ ପତ୍ର ପାଣିରେ ଵୁଡିଛି ।ଘରେ ଚୁଲି ଜଳୁନି ।ଶୋଇବା ଆସବାବ ପତ୍ର ଓଦା ହୋଇଯାଇଛି ।ବୁଢାବଢି, ଗର୍ଭବତୀ ମହିଳା ଛୁଆପିଲା ନାହିଁ ନଥିବା ଅସୁବିଧାର ଭୋଗ କରୁଛନ୍ତି । ଗତ ସପ୍ତାହରେ ମଧ୍ୟ ଏଭଳି ଅସୁବିଧା ହୋଇଥିଲା । ଏହାକୁ ନେଇପୌରପାଳିକାରେ   ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି  ।ପୌରକର୍ମଚାରୀ ଲୋକଙ୍କ ଦୁର୍ଦ୍ଦଶା ଦେଖି ଯାଇଛନ୍ତି ।ପୌରପାଳିକା ତରଫରୁ ତୁରନ୍ତ ଡ୍ରେନେଜ ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ପ୍ରଶାସନଠାରେ ଦାବି କରିଛନ୍ତି ନ‌ହେଲେ ଆଗକୁ ଆନ୍ଦୋଳନ ହେବ ବୋଲି ଚେତାବନି ଦେଇଛନ୍ତି ।