IMG 20260813 WA0283

ରାଜ୍ୟସ୍ତରୀୟ କବାଡି ଚମ୍ପିୟାନସିପରେ ମୟୁରଭଞ୍ଜ ଦଳ 

ରାଜ୍ୟ
ବାରିପଦା : ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁଥିବା ୫୨ତମ କନିଷ୍ଠ ରାଜ୍ୟସ୍ତରୀୟ କବାଡି ଚମ୍ପିୟାନସିପରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜର ଉଭୟ ପୁରୁଷ ଓ ମହିଳା ଦଳ ଭୁବନେଶ୍ୱର ଗସ୍ତ କରିଛି I ପୁରୁଷ ଦଳରେ ଲିପୁନ ଦାସ, ଲକ୍ଷ୍ମୀଧର ବାଗ, ଗୌତମ ଗୋଛାୟତ, ଓମ ପଣ୍ଡିତ, ସୋନେଶ୍ୱର ଦଳେଇ, ସୁପ୍ରଭାତ ସେନାପତି, ବିଶ୍ୱଜିତ କୁଁଅର, ସତ୍ୟମ ଗିରି, ରିତେଶ ମୁଖି, ନିରାକର  ପରିଡା, ସାଇ ପ୍ରତୀକ ଭଞ୍ଜଦେଓ, ସିମନ ମୁର୍ମୁ ଓ ମହିଳା ଦଳରେ ନ. ଦେବକୀ ସୋରେନ, ସୁନିତା ଧଳ, ସନ୍ଧ୍ୟାରାଣୀ ସିଂ, ଦିପ୍ତିମୟୀ ଧୀର, ଯମୁନା ସିଂ, ଆକାଂକ୍ଷା ସୁଭଦର୍ଶିନୀ ନାୟକ, ସୁଭଦ୍ରା ଚାପେୟାର, ସୋନାକ୍ଷୀ ମୁର୍ମୁ, ଆଲିୟା ମହାନ୍ତ ସ୍ଥାନ ପାଇଛନ୍ତି I
କୋଚ ଭାବେ ମିହିର ରଞ୍ଜନ ବେହେରା ଓ ମେନେଜର ଭାବେ ମାନସ ମହାପାତ୍ର ଦଳ ସହିତ ଗସ୍ତ କରିଛନ୍ତି I ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କୋଷାଧ୍ୟକ୍ଷ ଅମିତାଭ ଦାସ, କବାଡି ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା, ବରିଷ୍ଠ ସଦସ୍ୟ ରତିକାନ୍ତ ବେହେରା, ଯୋଗେଶ୍ୱର ପାଲବାବୁ, ନନ୍ଦଲାଲ ମହାପାତ୍ର, କୁନ୍ଦନଲାଲ ଭଞ୍ଜଦେଓ, କ୍ରୀଡା ପ୍ରଶିକ୍ଷକ ଧର୍ମେନ୍ଦ୍ର ପଣ୍ଡା ଓ ପ୍ରଦୀପ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଉଭୟ ଦଳର ସଫଳତା କାମନା କରିଥିଲେ I