କୋରାପୁଟ : ଇୟର ଫୋନ୍ ଲଗାଇ ମୋବାଇଲ ଦେଖିବା ବେଳେ ବଜ୍ରାଘାତ । ଫଳରେ ନାବାଳକଙ୍କର ମୃତ୍ୟୁ ଘଟିଛି । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କୋସନ୍ଦି ପଞ୍ଚାୟତ ଡାରେଙ୍ଗବା ଗାଁରେ ଏହି ଅଘଟଣ ଘଟିଛି । ମୃତକ ହେଲେ ୧୬ ବର୍ଷିୟ ଭାଗିରଥୀ ଶିଶା ।
ଗତକାଲି ସନ୍ଧ୍ୟାରେ ନନ୍ଦପୁର ଅଞ୍ଚରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ହୋଇଥିଲା । ଏହି ସମୟରେ ଭାଗିରଥୀ ଫୋନ ଚାର୍ଜ କରିବା ସହ ଇୟରଫୋନ୍ ଲଗାଇଥିଲେ । ବଜ୍ରଘାତ ହେବାରୁ ଭାଗିରଥୀ ଅଚେତ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ପରେ ପରିବାର ଓ ଗାଁରେ ଶୋକର ଛାୟା ଖେଳିଯାଇଛି ।
