IMG 20260812 WA0241

ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ୩୨ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ କର୍ମଶାଳା

ରାଜ୍ୟ
  • ଶିଶୁ ବିଜ୍ଞାନୀମାନଙ୍କୁ ନୂତନ ଗବେଷଣା ମୁଖୀ କରାଇବାକୁ ପରାମର୍

ବାରିପଦା : ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଦିନିକିଆ କର୍ମଶାଳା ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ନିରନ୍ତରତା ପାଇଁ ବିଜ୍ଞାନ ଓ ନବସୃଜନ ବିଷୟ ବସ୍ତୁକୁ ନେଇ ଆୟୋଜିତ କର୍ମଶାଳାକୁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ କୁମାର ସିଂ ଓ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର‌୍ୟ୍ୟ ଉଦଘାଟନ କରିଥିଲେ ।

ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଅଜିତ୍ କୁମାର ଜେନା କର୍ମଶାଳାର ମୁଖ୍ୟ ପ୍ରସଙ୍ଗ ଉପରେ ବିଶଦ୍ ଆଲୋଚନା କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ବୈଷୟିକ କର୍ମଶାଳାରେ ଶିଶୁ ବିଜ୍ଞାନ କଂଗ୍ରେସର ଏକାଡେମିକ କୋଡ଼ିନେଟର ବସନ୍ତ କୁମାର ଦତ୍ତ ପ୍ରକଳ୍ପ ପ୍ରସ୍ତୁତିକରଣ, ଉପସ୍ଥାପନା ଶୈଳୀ, କେଉଁ ବିଷୟ ଓ ବିଷୟବସ୍ତୁକୁ ନେଇ ପ୍ରକଳ୍ପ ପ୍ରସ୍ତୁତ କରିବେ, ତା\’ଉପରେ ବିଶଦ ବିବରଣୀ ପ୍ରଦାନ କରିଥିବା ବେଳେ ସାଧନ କର୍ମୀ ନୟନ କୁମାର ଗିରି ପ୍ରକଳ୍ପ ଓ ସନ୍ଦର୍ଭ ପ୍ରସ୍ତୁତିକରଣରେ ପ୍ରଣାଳୀଗୁଡ଼ିକ ଉପରେ ଆଲୋକପାତ କରିବା ସହିତ ମାର୍ଗଦର୍ଶକ ଶିକ୍ଷକ, ଶିକ୍ଷୟିତ୍ରୀ ନିଜ ନିଜ ବିଦ୍ୟାଳୟକୁ ଯାଇ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରକଳ୍ପରେ ପ୍ରସ୍ତୁତ କରି ଆସନ୍ତା ଅକ୍ଟୋବର ମାସରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରଦର୍ଶନୀରେ ପ୍ରକଳ୍ପ ପ୍ରଦର୍ଶିତ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂହ ନୂତନ ଚିନ୍ତାଧାରାରେ ଆଧୁନିକତାକୁ ପ୍ରାଥମିକତା ଦେଇ କିପରି ଉନ୍ନତମାନର ପ୍ରକଳ୍ପ ଜିଲ୍ଲାସ୍ତରରେ ସ୍ଥାନ ପାଇବ, ତା\’ପ୍ରତି ପ୍ରାଧାନ୍ୟ ଦେଇଥିଲେ ।ସେହିପରି ଜିଲ୍ଲା ଶାରିରୀକ ଶିକ୍ଷାଧିକାରୀ ଭାଗିରଥୀ ମଲ୍ଲିକଙ୍କ ଉପସ୍ଥିତି ପ୍ରଶିକ୍ଷଣ ଶିବିରର ମାନ ବୃଦ୍ଧି କରିଥିଲା ।

ତାଙ୍କର ସୁଚିନ୍ତିତ ଚିନ୍ତାଧାରା, ଶିବିରାର୍ଥୀ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କୁ ସୃଜନଶୀଳତା କିପରି ବୃଦ୍ଧି ଘଟିବ, ତା’ଉପରେ ମତ ବ୍ୟକ୍ତ କରିଥିଲେ । ଏଥି ସହିତ ପ୍ରତି ଶିକ୍ଷକ ତାଙ୍କର ବିଦ୍ୟାଳୟରେ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ସନ୍ଦର୍ଭ ପ୍ରସ୍ତୁତ କରି, ଜିଲ୍ଲାସ୍ତରରେ ଅଂଶଗ୍ରହଣ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ମତ ପ୍ରଦାନ କରିଥିଲେ । ଉକ୍ତ ପ୍ରଶିକ୍ଷଣ ଶିବିରରେ ୧୫୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ସର୍ବଶେଷରେ ଶିକ୍ଷକ ସୁବ୍ରତ କିଶୋର ଆଚାର‌୍ୟ୍ୟ, ଧନ୍ୟବାଦ ଅର୍ପଣ କରିଥିବାବେଳେ କାର‌୍ୟ୍ୟ ପରିଚାଳନାରେ ଶିକ୍ଷକ ଦୀପକ୍ କୁମାର ମହାନ୍ତ, ତଟିନୀ ପଣ୍ଡା, ଶିଲିସ୍ୱପ୍ନା ପଟ୍ଟନାୟକ,ଅତଶୀ କୁଣ୍ଡୁ ତଥା ଜିଲ୍ଲା ଶିକ୍ଷା କାର‌୍ୟ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ ।