ଘଟଗାଁ: ପାରିବାରିକ କଳହରୁ କରୁଣ ପରିଣତି । କାଠଫାଳିଆରେ ପିଟି ପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାଙ୍କପାଟୁଳି ଗାଁରୁ ଆସିଛ ଏହି ଅଭିଯୋଗ । ଅଭିଯୁକ୍ତ ସ୍ତ୍ରୀ ଯାତ୍ରୀ ମୁଣ୍ଡାଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ଗତ ୧୦ ତାରିଖରେ ମୃତକ ଆନନ୍ଦ ମୁଣ୍ଡା ଏବଂ ତାଙ୍କ ପତ୍ନୀ ଯାତ୍ରୀ ମୁଣ୍ଡାଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ ପାଟିତୁଣ୍ଡ ଓ ଝଗଡା ହୋଇଥିଲା ।
ପରେ ରାତିରେ ଯେତେବେଳେ ଆନନ୍ଦ ଶୋଇଥିଲେ, ସେହି ସୁଯୋଗରେ ପତ୍ନୀ ଏକ କାଠ ଫାଳିଆ ଆଣି ତାଙ୍କ ମୁଣ୍ଡକୁ ଜୋରରେ ମାଡ଼ ମାରିଥିଲେ । ଏହି ଆକ୍ରମଣରେ ଆନନ୍ଦଙ୍କର ଘଟଣାସ୍ଥଳରେ ଅବସ୍ଥା ଗୁରୁତର ହୋଇପଡ଼ିଥିଲା ଏବଂ ପରେ ତାଙ୍କୁ ମେଡିକାଲ ନେବା ବାଟରେ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ପତ୍ନୀ ଯାତ୍ରୀ ମୁଣ୍ଡାଙ୍କୁ ଆଜି ଗିରଫ କରି କରିଛି ।
