IMG 20260429 WA0192

ପୂର୍ଣ୍ଣଚନ୍ଦ୍ର ଗ୍ରୁପ୍ ଅଫ୍ ଇନଷ୍ଟିଟ୍ୟୁସନ୍ସରେ ‘ଶ୍ରୀ ଦିବ୍ୟ ଭକ୍ତମାଳ କଥା’

ରାଜ୍ୟ
ବାରିପଦା : ସ୍ଥାନୀୟ ରଘୁନାଥପୁରସ୍ଥିତ ପୂର୍ଣ୍ଣଚନ୍ଦ୍ର ଗ୍ରୁପ୍ ଅଫ୍ ଇନ୍ସଟିଟ୍ୟୁସନ୍ସ ପରିସରରେ ଶ୍ରୀ ଦିବ୍ୟ ଭକ୍ତମାଳ କଥାର ଏକ ଭବ୍ୟ ଓ ଆଧ୍ୟାତ୍ମିକ ସତ୍ସଙ୍ଗ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର କାର୍ୟକ୍ରମରେ ବୃନ୍ଦାବନର ଶ୍ରୀ ମାଲୂକ ପୀଠର ମୂଖ୍ୟ ପୂଜକ ଅନନ୍ତ ଶ୍ରୀ ସମଲଂଙ୍କୃତ ଶ୍ରୀ ଅନନ୍ତାନନ୍ତ ଦାସ ଜୀ ମହାରାଜଙ୍କର ପବିତ୍ର ସାନିଧ୍ୟ ଉପସ୍ଥିତ ଥିଲେ ।
ମହାରାଜ ଜୀ ତାଙ୍କର ଅମୃତମୟ କଥାବ୍ୟାସରେ ‘ଭକ୍ତମାଳ’ରେ ବର୍ଣ୍ଣିତ ମହାନ ସନ୍ତମାନଙ୍କର ଜୀବନଚରିତ୍ରକୁ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ। ସେ ଭକ୍ତି, ସେବା ଓ ଶ୍ରୀହରିଙ୍କ ପବିତ୍ର ନାମ ସ୍ମରଣର ମାଧ୍ୟମରେ ଆତ୍ମ ସାକ୍ଷାତ୍କାରର ପଥକୁ ଉଜାଗର କରିଥିଲେ।
ସମଗ୍ର ପରିବେଶ ଭକ୍ତିମୟ ହୋଇଯାଇଥିଲା ଏବଂ ଶାନ୍ତି, ଆନନ୍ଦ ଓ ଆଧ୍ୟାତ୍ମିକତାର ଅନୁଭୂତି ସମସ୍ତଙ୍କ ମନକୁ ସ୍ପର୍ଶ କରିଥିଲା। ଏହି ଅବସରରେ ସଂସ୍ଥାର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷିକା, ଅଭିଭାବକ ଓ ସମାଜର ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଯୋଗଦେଇ ନିଜକୁ ଧନ୍ୟ ମନେ କରିଥିଲେ। ଏହି କଥା ମାଧ୍ୟମରେ ଭକ୍ତିମାର୍ଗର ମହତ୍ତ୍ୱ ଓ ସତ୍ପଥରେ ଜୀବନ ଯାପନ କରିବାର ପ୍ରେରଣା ମିଳିଥିଲା। ସମସ୍ତେ ଶ୍ରୀହରିଙ୍କ କୃପା ଓ ସନ୍ତମାନଙ୍କ ଆଶୀର୍ବାଦ ସଦା ନିଜଙ୍କ ଉପରେ ରହୁ ବୋଲି ପ୍ରାର୍ଥନା କରିଥିଲେ।