ବାରିପଦା: ଆଜି ହ୍ୟୁମାନ ରାଇଟସ କ୍ଲିନିକ, ବାରିପଦା ଶାଖାର ସଚେତନତା ଶିବିର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ବସନ୍ତପୁର, ବାରିପଦା ଠାରେ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ଅଧ୍ୟକ୍ଷ୍ୟ ଗୌରୀ ଶଙ୍କର ଅଧକ୍ଷତIରେ ସଚେତନତା ଶିବିର ପରିଚାଳନା ହୋଇଥିଲା I ସ୍ୱରୂପ କୁମାର ବଶା, ମହାସଚିବ, ହ୍ୟୁମାନ ରାଇଟସ କ୍ଲିନିକ, ଓଡିଶା ଓ ସଭାପତି ହ୍ୟୁମାନ ରାଇଟସ କ୍ଲିନିକ, ବାରିପଦା ମାନବିକ ଅଧିକାର ଏହାର ସୁରକ୍ଷା ଏବଂ ନାଗରିକ ମାନଙ୍କର କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ I ବଜ୍ରପାତ ଜନିତ ଅଘଟଣରୁ ବଞ୍ଚିବାପାଇଁ କେଉଁସବୁ ଵିଧି ଓ ପ୍ରାରମ୍ଭିକ ପଦ୍ଧତି ଆବଶ୍ୟକ ସବିଶେଷ ସୂଚନା ପ୍ରଦାନ କରିଥିଲେ I
ଦେବାଶିଷ ଦାସ, କାର୍ଯ୍ୟକାରୀ କମିଟିର ବରିଷ୍ଠ ସଦସ୍ୟ ସଡ଼କ ସୁରକ୍ଷ୍ୟା, ମୋବାଇଲ ଫୋନର ଅନୁପଯୁକ୍ତ ବ୍ୟବହାରତା, ପଲିଥିନ ବ୍ୟାଗ ବା ଥଳି ବ୍ୟବହାର ଅପକାରିତା ଉପରେ ଅଭିଭାଷଣ ରଖିଥିଲେ I ଉପ-ସଭାପତି ଦିଲ୍ଲୀପ ଦାସ ଶର୍ମା ଜଳର ଆବଶ୍ୟକତା,ଏହାର ଅପଚୟ କେଉଁ ଭାବରେ ରକାଯାଇପାରିବ ଓ ଆବଶ୍ୟକ ଜଳ ବ୍ୟବହାର କରି କିପରି ଭବିଷ୍ୟତ ପାଇ ଭୁଜଳ ସଂରଖିତ ଜରାଯାଇ ପାରିବ ସେ ବିଷୟରେ ସବିଶେଷ ଆଲୋଚନା କରିଥିଲେ I ସଭାପତି ମୂର୍ଚ୍ଛନା ଦାସ ପଟନାୟକ ଛାତ୍ର ଓ ଛାତ୍ରୀ ମାନଙ୍କର ମIନସିକ ବିକାଶ, ସ୍ୱଚ୍ଛତା ଓ ସମାଜରେ ନିଜକୁ ଜଣେ ଶ୍ରେଷ୍ଠ ନାଗରିକ ଭାବରେ ପରିଚୟ କରିବାପାଇଁ ଉଦବୋଧନ ଦେଇଥିଲେ I
ସର୍ବପରି ଶୋଭନା ସାହୁ, ସହ – କୋଷଧକ୍ୟ ଓ ନମିତା ସେଠି, ବରିଷ୍ଟ ସଦସ୍ୟ ଛାତ୍ର ଓ ଛାତ୍ରୀ ମାନଙ୍କର ଗୁରୁ ମାନଙ୍କର ଭୂମିକା ଉପରେ ଆଲୋକପIତ କରିଥିଲେ I ଶେଷରେ ବିଦ୍ୟାଳୟ ତରଫରୁ ଶିକ୍ଷକ ଗୌରୀ ଶଙ୍କର ସହI ଧନ୍ୟବାଦ ଅର୍ପଣ କରାଯାଇ ସଚେତନI ଶିବିର ଭଙ୍ଗ କରାଯାଇଥିଲା I
