ବାରିପଦା : ଆଜି ବନ ବିଭାଗ ପକ୍ଷରୁ କରାଯାଇଥିବା ଦୁଇଗୋଟି ଭିନ୍ନ ଭିନ୍ନ ମାମଲାର ବିଚାର କରି ମାନ୍ୟବର ଚିଫ ଜୁଡ଼ିସିଆଲ ମାଜିଷ୍ଟେଟ ଦେବାଶିଷ ମହାନ୍ତି ଦୁଇଜଣ ଅଭିଯୁକ୍ତ କୁ କାରାଦଣ୍ଡ ସମେତ ଆର୍ଥିକ ଦଣ୍ଡାଦେଶ ରେ ଦଣ୍ଡିତ କରିଛିନ୍ତି l ଅଭିଯୁକ୍ତ ମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଜଦୁନାଥପୁର ଗ୍ରାମର ସମୀର ବେହେରା(33) ଏବଂ ଯଶିପୁର ଥାନା ଅଞ୍ଚଳର ନୀଳାମ୍ବର ବିନ୍ଧାଣୀ (88) l ସମୀର ବେହେରା କୁ ସେକ୍ସନ 51 ଅଫ ଦା ୱାଇଲଡ ଲାଇଫ ପ୍ରଟେକ୍ସନ ଆକ୍ଟ 1972 ରେ ଏକ ମାସ କାରାଦଣ୍ଡ ସମେତ ପାଞ୍ଚ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ସାତ ଦିନ କାରାଦଣ୍ଡ, ସେକ୍ସନ 27 ରେ ତିନି ମାସ କାରାଦଣ୍ଡ ସମେତ ପାଞ୍ଚଶହ ଟଙ୍କା ଜୋରିମାନା ଅନାଦେୟ ଅଧିକ ସାତ ଦିନ କାରାଦଣ୍ଡ ଏବଂ ଅନ୍ୟ ଏକ ଦଫାରେ ଛଅ ମାସ କାରାଦଣ୍ଡ ସମେତ ଏକ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଦଶ ଦିନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l
ଏ ସମସ୍ତ କାରାଦଣ୍ଡ ଏଜକାଳୀନ ଭୋଗ କରିବା ପାଇଁ ରାୟରେ ଉଲେଖ କରାଯାଇଅଛି l ସେହିପରି ନୀଳାମ୍ବର ବିନ୍ଧାଣୀ କୁ ଦୁଇ ହଜାର ଟଙ୍କା ଆର୍ଥିକ ଦଣ୍ଡ ରେ ଦଣ୍ଡିତ କରିଛନ୍ତି l 29-7-2008 ରିଖ ରେ ସମୀର ବେହେରା ଶାଗୁଆନ କାଠ କୁ ଚୋରାରେ ବିକ୍ରୀ କରିବା ପାଇଁ ନେଉଥିବା ସମୟରେ ବନ ବିଭାଗ ର ପେଟ୍ରୋଲିଙ୍ଗ ଟିମ ହାତରେ ଧରା ପଡିଥିଲା l ଏ ବାବଦରେ ବନ ବିଭାଗ ପକ୍ଷରୁ ଡୁକୁରା ରେଞ୍ଜ ରେ 27/2008 ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ସେହିପରି ନୀଳାମ୍ବର ବିନ୍ଧାଣୀ ଘରେ ରଣା ସାପ ରଖି ବିକ୍ରୀ କରୁଥିବାର ଯୋଜନା କରୁଥିବାର ବନ ବିଭାଗ ଖବର ପାଇ ତାର ଘରେ ଚଢ଼ାଉ କରି ସାପ କୁ ଉଦ୍ଧାର କରିବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଏ ବାବଦରେ ବନ ବିଭାଗ ପକ୍ଷରୁ 22/2011 ରେ ଏକ ମାମଲା ରୁଜୁ କରାଯାଇଥିଲା l ଉକ୍ତ ସମସ୍ତ କେସ କୁ ସରକାରୀ ଅଭିଯୋଗକ ସୁରେଇ ମାଝୀ ଏବଂ ସହଯୋଗୀ ଲିଙ୍ଗରାଜ ମିଶ୍ର ପରିଚାଳନା କରୁଥିବାବେଳେ ଜିଲ୍ଲା ଅଭିଯୋଗକ ନିର୍ଦେଶାଳୟ ପକ୍ଷରୁ କେସ କୁ ନିରୀକ୍ଷଣ କରାଯାଉଥିଲା l
