ବାରିପଦା : ମୟୁରଭଞ୍ଜ ଜିଲ୍ଲା ବେତନଟୀ ଲ୍ୟାମ ର ପୂର୍ବତନ ପରିଚାଳନା ନିର୍ଦେଶକ ହିମାଂଶୁ ଦାସ କୁ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ 40 ଲକ୍ଷ 94 ହଜାର 306 ଟଙ୍କା ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଅଛି l ଶ୍ରୀ ଦାସ 2027-18 ମସିହାରେ ବେତନଟୀ ଲ୍ୟାମ୍ପରେ ପରିଚାଳନା ନିର୍ଦେଶକ ଦାୟିତ୍ୱରେ ଥିବା ସମୟରେ କୃଷି ରୁଣ ପାଇଁ ଆବେଦନ କରିଥିବା ଚାଷୀମାନଙ୍କ ଠାରୁ ଆପ୍ଲିକେସନ ଫି , ସବ୍ସଷ୍ଟେସନାଲ ଫି ଏବଂ ଅନ୍ୟାନ୍ୟ ଫି ବାବଦରେ ମୋଟ 40 ଲକ୍ଷ 94 ହଜାର 306 ଟଙ୍କା ଆଦାୟ କରି ଲ୍ୟାମ୍ପ ର ଖାତାରେ ଜମା ନକରି ନିଜ ଆକାଉଣ୍ଟ ରେ ଜମା କରିଥିଲେ l
ଏଥି ସହିତ ଚାଷୀ ମାନଙ୍କୁ ଟଙ୍କା ଗ୍ରହଣ କରିଥିବା ରସିଦ ମଧ୍ଯ ପ୍ରଦାନ କରିଥିଲେ l ଏ ବାବଦରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଆଜି ଉପଯୁକ୍ତ ତଥ୍ୟ ମିଳିବା ପରେ ତାଙ୍କୁ ଗିରଫ କରାଯାଇଅଛି l ଶ୍ରୀ ଦାସ ଙ୍କୁ 4-4-2022 ରିଖରୁ ସରକାରୀ ଚାକିରିରୁ ବହିଷ୍କାର କରାଯାଇଅଛି l ଏ ବାବଦରେ ବାଲେଶ୍ଵର ଭିଜିଲାନ୍ସ କେସ ନମ୍ବର 12/30-7-2026 ରେ ଏକ ମାମଲା ରୁଜୁ କରାଯାଇଅଛି l
