IMG 20260728 WA0226

ଦ୍ୱିତୀୟ ଜାତୀୟ ନାଟ୍ୟ ମହୋତ୍ସବ ଅବସରରେ ନାଟ୍ୟ ଆଲୋଚନାଚକ୍ର

ରାଜ୍ୟ
ବାରିପଦା :- ସ୍ଥାନୀୟ ମହାରାଜା ସ୍ୱୟଂ ଶାସିତ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବାରିପଦାର ଅଗ୍ରଣୀ ନାଟ୍ୟସଂସ୍ଥା “ଆମେ” ଦ୍ୱାରା ଆୟୋଜିତ ହେବାକୁଥିବା ଦ୍ୱିତୀୟ  ଜାତୀୟ ନାଟ୍ୟ ମହୋତ୍ସବ ଅବସରରେ ଜାତୀୟ ନାଟ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I “ଆଜିର ସମାଜ : ଆଜିର ନାଟକ” ବିଷୟ ଉପରେ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ସହଯୋଗୀତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରକୁ ଅଧ୍ୟକ୍ଷ ପ୍ରଫେସର ନାରାୟଣ ପ୍ରସାଦ ବେହେରା ଉଦଘାଟନ କରିଥିଲେ I ମହୋତ୍ସବର ଅଧ୍ୟକ୍ଷ ଡା. କୈଳାଶ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅତିଥି ଭାବେ ଯୋଗଦେଇ ପ୍ରତିଷ୍ଠିତ ନାଟ୍ୟକାର ନିର୍ଦ୍ଦେଶକ ତଥା ଏନ ଏସ ଡି, ନୂଆଦିଲ୍ଲୀର ପ୍ରଫେସର ଡ଼. ସତ୍ୟବ୍ରତ ରାଉତ, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତ ତଥା ନାଟ୍ୟଚେତନା ଗ୍ରୁପର ପ୍ରତିଷ୍ଠାତା ସୁବୋଧ ପଟ୍ଟନାୟକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନାଟ୍ୟ ବିଭାଗର ଅଧ୍ୟାପକ ଦେବବ୍ରତ ପଟ୍ଟନାୟକ ପ୍ରମୁଖ ଗବେଷଣାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ I
ସାଧାରଣ ସମ୍ପାଦକ ଓ ଆବାହକ ତଥା ଅଭିନେତା ନିର୍ଦ୍ଦେଶକ ଚିନ୍ମୟ ଦାସପଟ୍ଟନାୟକ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଡ. ଦେବବ୍ରତ ପ୍ରିୟଦର୍ଶିନୀ ଚକ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ I ଡ. ପୁଷ୍ପା ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସମ୍ପାଦକ ରାଜୀବ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଆଲୋଚନା ଚକ୍ରରେ ବହୁ ନାଟ୍ୟପ୍ରେମୀ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ I ପରବର୍ତ୍ତୀ ଆଲୋଚନା ଚକ୍ର ଚଳିତ ମାସ ୩୦ ତାରିଖ ଦିନ ସରକାରୀ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I