ନୂଆଦିଲ୍ଲୀ: ବୁଧବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଯେପର୍ଯ୍ୟନ୍ତ ସମସ୍ତ ନକ୍ସଲ ଆତ୍ମସମର୍ପଣ କରିନାହାନ୍ତି କିମ୍ବା ଧରାପଡ଼ି ନାହାନ୍ତି ବା ନିପାତ ନହେବା ପର୍ଯ୍ୟନ୍ତ ମୋଦୀ ସରକାର ଶାନ୍ତିରେ ବସିବେ ନାହିଁ। ଛତିଶଗଡ଼ର କାରେଗୁଟ୍ଟା ପାହାଡ଼ରେ ‘ଅପରେସନ୍ ବ୍ଲାକ୍ ଫରେଷ୍ଟ’ ସଫଳତାର ସହ ପରିଚାଳନା କରିଥିବା ସିଆରପିଏଫ, ଛତିଶଗଡ଼ ପୋଲିସ, ଜିଲ୍ଲା ରିଜର୍ଭ ଗାର୍ଡ (DRG) ଏବଂ ‘କୋବ୍ରା’ ବାହିନୀର ସୁରକ୍ଷାକର୍ମୀମାନଙ୍କୁ ଅଭିନନ୍ଦନ ଜଣାଇ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଭାରତକୁ ନକ୍ସଲମୁକ୍ତ କରିବା ପାଇଁ ପ୍ରତିବଦ୍ଧ। ସେ କହିଛନ୍ତି, ଯେପର୍ଯ୍ୟନ୍ତ ସମସ୍ତ ନକ୍ସଲ ଆତ୍ମସମର୍ପଣ କରିନାହାନ୍ତି କିମ୍ବା ନିପାତ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ମୋଦୀ ସରକାର ବିଶ୍ରାମ ନେବେ ନାହିଁ।” ଶାହ କହିଛନ୍ତି ଯେ ‘ଅପରେସନ୍ ବ୍ଲାକ୍ ଫରେଷ୍ଟ’ ସମୟରେ ଯବାନମାନେ ଦେଖାଇଥିବା ସାହସ ନକ୍ସଲ ବିରୋଧୀ ଅଭିଯାନର ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ଭାବରେ ମନେ ରଖାଯିବ।
