IMG 20260728 WA0218

ହତ୍ୟା ମାମଲାରେ ଅଭିଯୁକ୍ତକୁ ଜୋରିମାନା ସହ ଆଜୀବନ ଜେଲ

ରାଜ୍ୟ

ବାରିପଦା-ତା-28-7- ଆଜି ମଙ୍ଗଳବାର ଏକ  ହତ୍ୟା ମାମଲାର ବିଚାରକରି ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ(ଦ୍ୱିତୀୟ ) ସୁମନ କୁମାର ମିଶ୍ର ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ସାଲୁଗଡିଆ(ତାମୁଡା) ଗ୍ରାମର ଝୁନ ମୁର୍ମୁ (45) କୁ ଭାରତୀୟ ନ୍ୟାୟ ସଂହିତା ଦଫା 302 ରେ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଦୁଇ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ଏବଂ ଦଫା 291 ରେ ପାଞ୍ଚ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଏକ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି  l ମାମଲାର ବିବରାଣୀରୁ ପ୍ରକାଶ ଯେ 3-2-2017 ରିଖ ସନ୍ଧ୍ୟା ସମୟରେ ଉକ୍ତ ଗ୍ରାମର ପରେଶ ନାଏକ ଗ୍ରାମ ପାଖରେ ସରସ୍ୱତୀ ପୂଜା ମେଢ଼ ପାଖରେ ବସିଥିବାର ତାଙ୍କ ସ୍ତ୍ରୀ ବୁଧନୀ ନାଏକ କାମରୁ ଫେରିବାବେଳେ ଦେଖିଥିଲେ l କିଛି ସମୟ ପରେ ଅଭିଯୁକ୍ତ ଝୁନ ମୁର୍ମୁ ତାଙ୍କ ଘରକୁ ଆସି ପରେଶ ଙ୍କୁ ଖୋଜିଥିଲା l

ସ୍ତ୍ରୀ ବୁଧନୀ ତାକୁ ତାଙ୍କ ସ୍ୱାମୀ ପୂଜା ପାଖରେ ଅଛନ୍ତି ବୋଲି କହିବାରୁ ସିଏ ସେଠାକୁ ଯାଇ ପରେଶ କୁ ଗ୍ରାମର ଶିବ ମନ୍ଦିର ମିଟିଙ୍ଗ ଖାତା ମାଗିଥିଲା l  ପରେଶ ତାକୁ ଖାତା ନଦେଇ ସାଙ୍ଗରେ ରାତ୍ରୀ ପାଖା ପାଖି ଆଠଟା ସମୟରେ ଦୁହେଁ ଶିବ ମନ୍ଦିରର ପୂଜକ ବାଦ୍ର ମୁର୍ମୁ ପାଖକୁ ଯାଇଥିଲେ l ଉକ୍ତ ରାତ୍ରୀର ପରେଶ ଆଉ ଘରକୁ ଫେରିନଥିଲେ l ସକାଳୁ  ପୁତୁରା ବଗୁ ନାଏକ ପାଖରୁ ଖବର ପାଇଲେ ପରେଶ ଗ୍ରାମ ମୁଣ୍ଡରେ ଏକ ବିଲ ଭିତରେ ମରିପଡିଅଛି l ଘଟଣା ସ୍ଥଳକୁ ଯାଇ ଦେଖିଲେ ତାର ମୁଣ୍ଡ ଏବଂ ବେକରେ ଏକ ଧରୁଆ ଅସ୍ତ୍ରରେ ଆଘାତ କରାଯାଇଅଛି l ଏ ବାବଦରେ ସ୍ତ୍ରୀ ବୁଧନୀ ନାଏକ ଙ୍କ ଅଭିଯୋଗ ମୁତାବକ କୁଳିଅଣା ଥାନାରେ କେସ ନମ୍ବର 11/ 4-2-2017 ରେ ଏକ ହତ୍ୟା  ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଝୁନ ମୁର୍ମୁ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା l ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ 38  ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସକୁ ସରକାରୀ ଅଭିଯୋଗକ ସତ୍ୟବ୍ରତ ମହାନ୍ତି ଏବଂ ଗଣେଶ୍ୱର ସାହୁ ପରିଚାଳନା କରୁଥିବାବେଳେ ଜିଲ୍ଲା ଅଭିଯୋଗକ ନିର୍ଦେଶାଳୟ ତରଫରୁ କେସକୁ ନିରୀକ୍ଷଣ କରାଯାଉଥିଲା l