IMG 20260627 WA0154

ଥାଲାସେମିଆ ପୀଡିତ ଦେବାଂଶର ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜିତ 

ରାଜ୍ୟ
ବାରିପଦା : ଥାଲାସେମିଆରେ ପୀଡିତ ପିଲାମାନଙ୍କର ପ୍ରତି ମାସ ରକ୍ତର ଆବଶ୍ୟକତା ପଡିଥାଏ I ସେହିଭଳି ଜଣେ ଶିଶୁ  ଥଲାସେମିଆରେ ପୀଡିତ  ଦେବାଂଶକୁ ମଧ୍ୟ ପ୍ରତି ମାସ ରକ୍ତ ଦେବାକୁ ପଡିଥାଏ I  ତେଣୁ ତାଙ୍କ ପିତାମାତା ପୁଅର ଜନ୍ମଦିନରେ ଏକ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରି ରକ୍ତ ଭଣ୍ଡାରକୁ ୪୨ ୟୁନିଟ ରକ୍ତ ଯୋଗାଇ ଉଦାହରଣ ସୃଷ୍ଟି କରିଛନ୍ତି I
ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ମା ତୁଳସୀ ଫାଉଣ୍ଡେସନ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରକୁ ଅତିଥି ଭାବେ ଯୋଗଦେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରସାଦ ବଳ, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡା, ମୁଖ୍ୟ ଚିକିତ୍ସାଳୟ ପିରିଚାଳକ  ଶ୍ରୀରାମ ମହାନ୍ତି, ରକ୍ତ ଭଣ୍ଡାର ଅଧିକାରୀ ଡ଼ଃ ସୌମ୍ୟରଞ୍ଜନ ନାୟକ, ସମାଜସେବୀ ସୋମନାଥ ସିଂହ, ଡ଼ଃ ନିରୋଜ କୁମାର ପୋଥାଳ, ହିମାଂଶୁ ଶେଖର ପ୍ରହରାଜ, ଚିତ୍ତରଞ୍ଜନ ସ୍ୱାଇଁ, ବିନୋଦ ଲୋହାର, ଭରତ ପାତ୍ର, ଶିବ ପ୍ରସାଦ ନନ୍ଦ, ତପନ ପଟ୍ଟନାୟକ ଓ ରୋଟାରୀ କ୍ଲବ ସମ୍ପାଦକ ତିମିର ଘୋଷ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଏହି ପଦକ୍ଷେପ ପାଇଁ ଫାଉଣ୍ଡେସନର ପ୍ରଶଂସା କରିଥିଲେ I ଏହି ଶିବିରରେ ମୋଟ ୪୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା I
ଫାଉଣ୍ଡେସନର ପ୍ରତିଷ୍ଠାତା ରଂଜିତ ଦଳେଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରକୁ ପରିଚାଳନାରେ ବନ୍ଦିତା ସାହୁ, ନିଭା ସାହୁ, ସଞ୍ଜୁଲତା ସାହୁ, ଭାରତୀ ମହାନ୍ତ, ସୀତା ମାର୍ଣ୍ଡି, ସସ୍ମିତା ଚୌବେ, ଦୀପକ ବାରିକ, ବିକାଶ ସାହା, ଅରବିନ୍ଦ ମୁଖି ଓ ଚିନ୍ମୟ ଦାସ ପ୍ରମୁଖ ସହଯୋଗ କରିଥିଲେ I