ହୀରାକୁଦ: ବର୍ତ୍ତମାନ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଏହି ପ୍ରରିପେକ୍ଷିରେ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ଯୋଗୁଁ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରୁଛି । ଯାହାକୁ ନେଇ ପୁଣି ଡ୍ୟାମର ଆଉ ୪ଟି ସ୍ଲୁଇସ ଗେଟକୁ ଖୋଲାଯାଇଛି । ଏହାକୁ ମିଶାଇ ମୋଟ ୮ଟି ସ୍ଲୁଇସ ଗେଟ୍ରେ ଅତିରିକ୍ତ ବନ୍ୟା ଜଳ ନିଷ୍କାସନ କରାଯାଉଛି ।
ଖୋଲା ଯାଇଥିବା ମୋଟ ୮ଟି ସ୍ଲୁଇସ ଗେଟ ମଧ୍ୟରୁ ବର୍ତ୍ତମାନ ଜଳଭଣ୍ଡାରର ବାମ ପାର୍ଶ୍ୱରୁ ୫ଟି ଏବଂ ଦକ୍ଷିଣ ପାର୍ଶ୍ୱର ୩ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ଆଜି ଅପରାହ୍ନ ୨ଟା ୩୦ ସମୟରେ ହସ୍ତଗତ ସୂଚନା ଅନୁସାରେ ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୩.୫୦ ଫୁଟ୍ ବୃଦ୍ଧି ପାଇଥିବା ବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ୫୫ ହଜାର ୬୩୭ ଘନଫୁଟ ବନ୍ୟା ଜଳ ପ୍ରବେଶ କରୁଛି । ଏନେଇ ଜଳଭଣ୍ଡାରରୁ ସମାନ ପରିମାଣର ଅତିରିକ୍ତ ବନ୍ୟାଜଳ ନିଷ୍କାସିତ ହେଉଛି ।
