ଓସିଏ ଆନ୍ତଃଜିଲ୍ଲା ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ:୧୩ ଓ ୧୪ ତାରିଖରେ ମୟୁରଭଞ୍ଜ ଦଳ ଚୟନ

ରାଜ୍ୟ
ବାରିପଦା : ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ଓ ସି ଏ ଆନ୍ତଃଜିଲ୍ଲା ମହିଳା କ୍ରିକେଟ ଟି – ୨୦ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ଅବସରରେ ମୟୁରଭଞ୍ଜ ମହିଳା ଦଳ ପାଇଁ ଚୟନ ପ୍ରକ୍ରିୟା ଚଳିତ ମାସ ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ବାରିପଦା ଷ୍ଟାଡିୟମ ପଡିଆରେ ଅନୁଷ୍ଠିତ ହେବ l   ଇଛୁକ ଖେଳାଳି ମାନେ ଉକ୍ତ ଦିନ ବାରିପଦା ଷ୍ଟାଡିୟମ କାର୍ଯ୍ୟାଳୟରେ ୧୩ ତାରିଖ ଦିନ ନିଜନିଜର ଡିଜିଟାଲ ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ, ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ନାମ ପଞ୍ଜିକରଣ କରି ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଏବଂ କ୍ରିକେଟ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି  I