ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ରାଜ୍ୟସଭାକୁ ଦିନକ ପାଇଁ ମୁଲତବି ଘୋଷଣା କରାଯାଇଛି। ଆସନ୍ତାକାଲି ଦିନ ୧୧ ଟାରେ ଚାଲିବ ପୁଣି ଚାଲିବ ଗୃହ। ସେପଟେ ଲୋକସଭା ପୁଣି ଥରେ ଅପରାହ୍ନ ୩ଟା ଯାଏଁ ମୁଲତବି ଘୋଷଣା କରାଯାଇଥିଲା। NEET ପେପର ଲିକ୍ ପ୍ରସଙ୍ଗରେ ଆଲୋଚନା ଦାବି କରୁଛନ୍ତି ବିରୋଧୀ। ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ବିରୋଧୀ ଦଳ ସଦସ୍ୟମାନେ ସଂସଦରେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ।
