IMG 20260716 WA0251

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପହଣ୍ଡି ବିଜେ ପରେ ରଥାରୁଢ ହେଲେ ତିନି ଠାକୁର

ରାଜ୍ୟ

ବାରିପଦା : ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପହଣ୍ଡି ବିଜେ ପରେ ରଥାରୁଢ ହେଲେ ତିନିଠାକୁର l ପ୍ରଥା ଅନୁଯାୟୀ ବାରିପଦା ରଥଯାତ୍ରା ର ପ୍ରଥମ ଦିନ ପହଣ୍ଡି ତା ପର ଦୁଇ ଦିନଧରି ରଥ ଟଣା ହୋଇଥାଏ l ପ୍ରଶାସନ ପକ୍ଷରୁ ନିର୍ଦ୍ଧାରୀତ ସମୟ ଅନୁସାରେ ଅପରାହ୍ନ ରେ ପ୍ରଥମ ଦିନ ବଡ଼ଠାକୁର ପ୍ରଭୁ ବଳଭଦ୍ର ଙ୍କ ରଥ ଜଗନ୍ନାଥ ମନ୍ଦିର ପାଖରୁ ଭକ୍ତମାନଙ୍କ ଗହଣରେ ଆସି ମାଉସୀମା ମନ୍ଦିର ପାଖରେ ପହିଞ୍ଚିଥାଏ l ପରେ ମା ସୁଭଦ୍ରା ଙ୍କ ରଥ କୁ କେବକେ ମହିଳାମାନେ ଟାଣି ବଦଦାଣ୍ଡ ର ନାଭିକେନ୍ଦ୍ର ତଥା ଟାଉନ ଥାନା ସମ୍ମୁଖରେ ପହିଞ୍ଚାଇଥାଆନ୍ତି l ତହିଁ ପରଦିନ ପୁଣି ମା ସୁଭଦ୍ରା ଙ୍କ ରଥ ମହିଳା ଭକ୍ତମାନଙ୍କ ଗହଣରେ ଆସି ବଡ଼ଠାକୁର ପ୍ରଭୁ ବଳଭଦ୍ର ଙ୍କ ନକଟରେ ମାଉସୀମା ପାଖରେ ପହିଞ୍ଚିଥାଏ l

ତାପରେ ଜଗତରନାଥ ପ୍ରୂଭୁ ଜଗନ୍ନାଥ ଙ୍କ ରଥ କୁ ଅତି ଉତ୍କଣ୍ଠାର ସହିତ ଭକ୍ତମାନେ ଟାଣି ମାଉସୀମା ପାଖରେ ବଡ଼ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ଙ୍କ ରଥ ନିକଟରେ ପହଞ୍ଚାଇଥାଆନ୍ତି l ଆଜି ପାଗ ଥିଲା ସମ୍ପୂର୍ଣ୍ଣ ଅନୁକୂଳ l ତେଣୁ ପହଣ୍ଡି ଦେଖିବା ପାଇଁ ବଦଦାଣ୍ଡରେ ଭକ୍ତମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା l ପୂର୍ବାହ୍ନରେ ଅବକାଶ ନୀତି, କଳସ ରଥ ପ୍ରତିଷ୍ଠା, ମା ଅମ୍ବିକାଙ୍କ ଦାସୀ ର ରଥ ପ୍ରଦିକ୍ଷଣ, ଦିନ ଖେଚୁଡ଼ି ଠା ନୀତି ପରେ ଅପରାହ୍ନରେ ଚକା ଛଡା ପରେ ମହାରାଜା ଙ୍କ ଦ୍ୱାରା ତିନି ରଥ ଉପରେ ଛେରା ପହଁରା ନୀତି ସମ୍ପନ୍ନ ହୋଇଥିଲା l ପରେ ଠାକୁର ମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା l ପ୍ରଥମେ ବଦଠାକୁର ବଳଭଦ୍ର, ପରେ ମା ସୁଭଦ୍ରା ଏବଂ ଶେଷରେ ପ୍ରଭୁ ଜଗନ୍ନାଥ ପହଣ୍ଡି ହୋଇ ରଥାରୁଢ ହୋଇଥିଲେ l ଆଜି ଭକ୍ତମାନେ ତିନି ରଥରେ ତିନି ଠାକୁରଙ୍କୁ ଗୋଟିଏ ସ୍ଥାନରେ ଜଗନ୍ନାଥ ମନ୍ଦିର ନିକଟ ରଥଖଳାରେ ଦର୍ଶନ କରିବାର ସୌଭାଗ୍ୟଲାଭ କରିଛନ୍ତି l ପହଣ୍ଡିରେ ଭକ୍ତମାନଙ୍କର ଭିଡ଼ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଅଛି l