IMG 20260709 WA0191

ଜାତୀୟ ସମବାୟ ବିଭାଗର ୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରକ୍ତଦାନ ଶିବିର 

ରାଜ୍ୟ
ବାରିପଦା : ସ୍ଥାନୀୟ ମୁର୍ଗାବାଡି ସ୍ଥିତ ଉପନିବନ୍ଧକ,  ସମବାୟ ସମିତି ସମୂହ, ମୟୁରଭଞ୍ଜ ଆନୁକୂଲ୍ୟରେ ଭାରତ ସରକାରଙ୍କ ସମବାୟ ବିଭାଗର ପାଞ୍ଚ  ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଉପନିବନ୍ଧକ ଅଶୋକ କୁମାର ପାଣିଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ଜିଲ୍ଲାପାଳ ହେମକାନ୍ତ ସୟ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I
ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ବରିଷ୍ଠ ସହକାରୀ ନିବନ୍ଧକ, ବାରିପଦା ତୁଷାର ମହାନ୍ତି, ସହକାରୀ ନିବନ୍ଧକ, ଉଦଳା ନାରାୟଣ ପାତ୍ର, ରେଡ଼କ୍ରସର ଆଜୀବନ ସଭ୍ୟ ଅମର କୁମାର ସେଠି ଓ ସୋମନାଥ ସିଂହ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ଏହି ଶିବିରରେ ମୋଟ ୩୪ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ I ଓଡିଶା ରକ୍ତକେନ୍ଦ୍ର, ବାରିପଦାର ମେଡିକାଲ ଅଫିସର ଡା. ନୀଲେଶ ଦାସଙ୍କ ନେତୃତ୍ୱରେ ଛବି ମହାନ୍ତ, ବିଷ୍ନୁପ୍ରିୟା ମହାନ୍ତ, କରୁଣାକର ଜେନା ଓ ଶମ୍ଭୁନାଥ ପଲେଇ ରକ୍ତ ସଂଗ୍ରହ କରିଥିଲେ I ଅନନ୍ତ ଗୋପାଳ ସାହୁ, ଶୁଭେନ୍ଦୁ ବେହେରା, ଅନୁରାଗ ସାହୁ, ପ୍ରଶାନ୍ତ କୁମାର କର, ଦେବାଶିଷ ଦାସ ଶିବିର ପରିଚାଳନାରେ ସହଯୋଗ କରିଥିଲେ I