IMG 20260709 WA0194

ଚିନ୍ମୟ ମିଶନର ୭୫ ତମ ଅମୃତ ମହୋତ୍ସବ ପାଳିତ

ରାଜ୍ୟ
ବାରିପଦା : ଚିନ୍ମୟ ମିଶନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ବିଶ୍ଵ ଚିନ୍ମୟ ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ଭ୍ରମଣରେ ଥିବା ସାଧୁସନ୍ଥ ତଥା ଚିନ୍ମୟ ୟୁବା ବାହିନୀକୁ ବାରିପଦାରେ ଭବ୍ୟସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I  ସଚ୍ଚିଦାନନ୍ଦ ଗୁରୁକୁଳର ଅଧ୍ୟକ୍ଷ ଅଜିତ କୁମାର ବେହେରାଙ୍କ ନେତୃତ୍ୱରେ ଜଗନ୍ନାଥ ମନ୍ଦିରରୁ ଏକ ରଥ ଯୋଗେ ଗୁରୁଦେବ ସ୍ୱାମୀ ଚିନ୍ମୟାନନ୍ଦ ସରସ୍ୱତୀଙ୍କ ବିଗ୍ରହ ଓ ପାଦୁକାକୁ ଏକ ଶୋଭାଯାତ୍ରାରେ ନେଇ ମଧୁବନ ସ୍ଥିତ ଚିନ୍ମୟ ଗୁରୁପାଦ ଆଶ୍ରମରେ ପହଂଚିଥିଲେ I ସଚ୍ଚିଦାନନ୍ଦ ଗୁରୁକୁଳର ଛାତ୍ରଛାତ୍ରୀ ଓ ବିଭିନ୍ନ ଧର୍ମ ଅନୁଷ୍ଠାନର ସଦସ୍ୟ ମାନେ ଚିନ୍ମୟ ମିଶନ ବାରିପଦାର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀଙ୍କ ନେତୃତ୍ୱରେ ନୃତ୍ୟ ସଙ୍ଗୀତ ମାଧ୍ୟମରେ ଚିନ୍ମୟ ଅମୃତ ବାହିନୀକୁ ସ୍ୱାଗତ କରିଥିଲେ I
ଏହି କାର୍ଯ୍ୟକ୍ରମରେ ବିଜେପି ପ୍ରବକ୍ତା ତଥା ସାମ୍ବାଦିକ କବି ବିଷ୍ଣୁକବି ଶତପଥୀ, ସାମ୍ବାଦିକ ସଂଜୟ ଚୌଧୁରୀ, ଅବସର ପ୍ରାପ୍ତ ଆୟକର ଅଧିକାରୀ ତପନ ପଟ୍ଟନାୟକ , ସମାଜସେବୀ ହିମାଂଶୁ ପାଣି, କାଜଲ ଷଣ୍ଢ ଏବଂ ଓ ଆର ଡି ଅନୁଷ୍ଠାନର ଅଧ୍ୟକ୍ଷ ସାଇ ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ I ସନ୍ଧ୍ୟାରେ ଏକ  ଭକ୍ତିମୟ ପରିବେଶରେ ରାଉଲକେଲା ଚିନ୍ମୟ ମିଶନର ଆଚାର୍ଯ୍ୟ ଅରୂପାନନ୍ଦ ସରସ୍ୱତୀ, ସମ୍ମାନୀୟ ଅତିଥି ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଜ୍ଞାନେନ୍ଦ୍ର ମହାନ୍ତି, ଚିନ୍ମୟ ଅମୃତ ଯାତ୍ରାରେ ଥିବା କେରଳର ଚିନ୍ମୟ ଆନ୍ତର୍ଜାତୀୟ ଫାଉଣ୍ଡେସନର ଆଚାର୍ଯ୍ୟ ବ୍ରହ୍ମଚାରିଣୀ ତାରିଣୀ ଚୈତନ୍ୟ, କଇମ୍ବର୍ଟୁର ରୁ ବ୍ରହ୍ମଚାରିଣୀ ସୁଧୀର ଚୈତନ୍ୟ, ଉପଦେଷ୍ଟା ହୃଦାନନ୍ଦ ଆଚାର୍ଯ୍ୟ , ପୂର୍ବ ନର୍ସିଂ ନିର୍ଦ୍ଦେଶକ ଡ଼ା ପ୍ରାଣକୃଷ୍ଣ ବେହେରା ମଞ୍ଚରେ ଉପସ୍ଥିତ ରହି ଚିନ୍ମୟ ଯୁବ ବାହିନୀର ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ I
ବରିଷ୍ଠ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସମ୍ପାଦକ ଅଜିତ୍ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I ବିବେକାନନ୍ଦ ଦାସ, ଶକୁନ୍ତଳା ପାଲ, ସବ୍ୟସାଚୀ   ପାଲେଇ, କବିତା ଦାସ ,  ଲକ୍ଷ୍ମୀ ପାଣି, ସୁରତି ଦାସ , ଶାନ୍ତି ସିଂ, ସର୍ଣ୍ଣଲତା ସାହୁ , ପଙ୍କଜିନୀ ଦାଶ, ମୋହିନୀ ଦିଦି, ସୁମନ ମହାନ୍ତି, ଇନ୍ଦ୍ରା ଜେନା , ଦିଲ୍ଲୀପ ତ୍ରିପାଠୀ, ଉର୍ମିଳା ବେହେରା, କାଦମ୍ବିନୀ ଦିଦି ପ୍ରମୁଖ ଉପସ୍ଥିତ ସମଗ୍ର କାର୍ଯ୍ୟ ପରିଚାଳନା କରିଥିଲେ।