IMG 20260707 WA0161

ପିତାମାତାଙ୍କ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର ଆୟୋଜନ

ରାଜ୍ୟ
ବାରିପଦା : ସ୍ଥାନୀୟ ୬ନଂ ୱାର୍ଡ ସ୍ଥିତ ପୁରୁଣାହାଟସାହିର ବାସିନ୍ଦା ରାକେଶ କୁମାର ରଘୁବଂଶୀ ତାଙ୍କର ଦିବଂଗତ ପିତା ଭରତଲାଲ ରଘୁବଂଶୀ ଓ ମାତା କମଳା ଦେବୀଙ୍କ ଶ୍ରାଦ୍ଧ ଦିବସରେ ଏକ ରକ୍ତଦାନ ଶିବିର ନିଜ ବାସଭବନରେ ଆୟୋଜନ କରି ଉଦାହରଣ ସୃଷ୍ଟି କରିଛନ୍ତି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଏହି ଶିବିରର ଉଦଘାଟନ କରିଥିଲେ I
ସମ୍ମାନୀୟ ଅତିଥି ଭାବେ ସମାଜସେବୀ ଅମର କୁମାର ସେଠି, ସ୍ଥାନୀୟ କାଉନସିଲର ଅମ୍ବିକା ସାହୁ, ପୂର୍ବତନ କାଉନସିଲର ନିରୋଜ ସାହୁ, ମନୋଜ ସାହୁ, ଅମ୍ବିକା ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ I ଏହି ଶିବିରରେ ମୋଟ ୩୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା I ରୀନା ରଘୁବଂଶୀଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଡ଼ଃ ନୀଲେଶ ଦାସଙ୍କ ନେତୃତ୍ୱରେ ଓଡିଶା ରକ୍ତକେନ୍ଦ୍ର, ବାରିପଦାର ଛବି ମହାନ୍ତ, କରୁଣାକର ଜେନା, ସୁକୁଲ ହାଁସଦା ଓ ଲବ ମୁଖି ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ I ସମସ୍ତ ରକ୍ତଦାତାଙ୍କୁ ଆୟୋଜକଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା I