- ଅଂଶଗ୍ରହଣ କଲେ୪ ଜିଲ୍ଲାରୁ ୧୯୦ ଛାତ୍ରଛାତ୍ରୀ
ବାରିପଦା : ମହାମହିମ ରାଷ୍ଟ୍ରପତି ଏଵଂ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ନିକଟରେ ଉଦ୍ଘାଟନ ହୋଇଥିବା ନବନିର୍ମିତ ଓ ଅତ୍ଯାଧୁନିକ ରାଇରଙ୍ଗପୁର ସ୍ପୋର୍ଟସ କମ୍ପ୍ଲେକ୍ସ , ଵାଇଦାପୋଷିରେ ଆସିଏସଇ ଇଂଲିଶ ମିଡିୟମ ସ୍କୁଲର ବାଲେଶ୍ବର ଜୋନ ସ୍ତରୀୟ କ୍ରୀଡାମହାକୁମ୍ଭ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ପୂର୍ବାହ୍ନରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ସାଂସଦ ନବ ଚରଣ ମାଝୀ, ବିଶିଷ୍ଟ ସାମାଜିକ କର୍ମୀ ନବୀନ ରାମ, ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର ,କେରଳ ପଵ୍ଳିକ ସ୍କୁଲ ଡାଇରେକ୍ଟର ଶ୍ରୀକାନ୍ତ ନାୟାର, ଅଧ୍ୟକ୍ଷା ଗୀତାଞ୍ଜଳି ତ୍ରିପାଠୀ, କମିଟି ସଦସ୍ୟ ମହେଶ ଶର୍ମା,ଅରବିନ୍ଦ ବାଗାଡିଆ ଙ୍କ ସମେତ କେନ୍ଦୁଝର,ବାଲେଶ୍ବର,ଭଦ୍ର ଏବଂ ମୟୂରଭଂଜ ଜିଲ୍ଲାରୁ ଆସିଥିବା ୯ ଟି ସ୍କୁଲର କତୃପକ୍ଷ ଏଵଂ ଅଂଶ ଗ୍ରହଣ କରିଥିବା ୧୯୦ ଜଣ ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ହୋଇ କ୍ରୀଡା ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସାଂସଦ ନବ ଚରଣ ମାଝୀ କହିଥିଲେ କ୍ରୀଡା ଭାତୃତ୍ବ,ବନ୍ଧୁତ୍ବ,ସୁସମ୍ପର୍କ,ଶୃ ଙ୍ଖଳା,ଏକାଗ୍ରତା,ପ୍ରତିଯୋଗିତା ମନୋଭାବ ଏବଂ ସୁସ୍ଥ ମାନସିକତା ସହ ସୁସ୍ଥ ଶାରିରୀକ ଗଠନରେ ସହଯୋଗ କରିଥାଏ ।
କେବଳ ପାଠରେ ଜୀବନ ଜୀବିକା ଅଛି ଭାବିବା ଭୁଲ ଏବେ କ୍ରୀଡ଼ାରେ ମଧ୍ୟ ଜୀବନ,ଜୀବିକା,ଭଲ କୋଚ ,ଭଲ ଖେଳାଳି ହୋଇପାରିବ ।ସରକାରୀ ଚାକିରୀରେ ମଧ୍ୟ ଭଲ ଖେଳାଳି ମାନଙ୍କ ପାଇଁ ସୁଯୋଗ ଅଛି ।ପରେ କ୍ରୀଡା ମହାକୁମ୍ଭ ର ଶୁଭାରମ୍ଭ ହୋଇଥିଲା l ଛାତ୍ରଛାତ୍ରୀ ମାନଙ୍କ ଉଭୟଙ୍କ ମଧ୍ୟରେ ୧୪ ଵର୍ଷୀୟ,୧୭ ବର୍ଷୀୟ ଏବଂ ୧୯ ବର୍ଷୀୟ ଗ୍ରୁପ କରାଯାଇଥିଲା ।ଉଭୟ ଗ୍ରୁପର ୧୦୦ ମିଟର,୨୦୦ ମିଟର ୪୦୦ ମିଟର ଦୌଡ ପ୍ରତିଯୋଗିତା,୮୦୦ ମିଟର ଏବଂ ୧୫୦୦ ମିଟର ଦୌଡ ପ୍ରତିଯୋଗିତା,ଲମ୍ବଡିଆଁ,ଉଚ୍ଚ ଡିଆଁ,ରିଲେ ରେସ,ଡିସ୍କ ଥ୍ରୋ,ଜାଭେଲିନ,ସଟଫୁଟ ଥ୍ରୋ ପ୍ରଭୃତି କ୍ରୀଡା ଅନୁଷ୍ଠିତ ହୋଇଥିଲା ।କ୍ରୀଡ଼ାରେ ପ୍ରଥମ,ଦିତୀୟ ,ତୃତୀୟ ହୋଇଥିବା କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ସହ ମେଡାଲ ଅତିଥିଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା ।
ଝିପିଝିପି ବର୍ଷାରେ ଯୁବ ଖେଳାଳିମାନେ ଭୃକ୍ଷେପ ନ କରି ଖେଳର ଭରପୁର ମଜା ନେଇଥିଲେ ।ନବ ନିର୍ମିତ ଅତ୍ଯାଧୁନିକ ଷ୍ଟାଡିୟମରେ ଯୁବ ଖେଳାଳିମାନେ ସେମାନଙ୍କ କ୍ରୀଡା ନୈପୁଣ୍ୟ ଦେଖାଇବା ସହ ଖେଳ ପଡିଆର ମଜାନେଇଥିଲେ ।ସଂନ୍ଧ୍ୟାରେ ଶାନ୍ତିପୁର୍ଣର ସହ ଖେଳ ସମାପ୍ତ ହୋଇଥିଲା ।ଆୟୋଜକ କେରଳ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଗୀତାଞ୍ଜଳି ତ୍ରୀପାଠୀ ସୁଦୂର ରୁ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟତ୍ରୀମାନେ ଆସି ସେମାନଙ୍କ କ୍ରୀଡା ନୈପୁଣ୍ଯ ପ୍ରଦର୍ଶନ କରିବା ସହ କାର୍ଯ୍ୟକ୍ରମ ସଫଳ କରାଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।ପରିଚାଳନାରେ କେରଳ ପଵ୍ଳିକ ସ୍କୁଲର ଶିକ୍ଷକ/ ଶିକ୍ଷୟତ୍ରୀ,ସ୍ପର୍ଶ ସ୍କୁଲର ଶିକ୍ଷକ,ଶିକ୍ଷୟତ୍ରୀ,ବାହାର ଜିଲ୍ଲାରୁ ଆସିଥିବା ଶିକ୍ଷକ,ଶିକ୍ଷୟତ୍ରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
