Three feet of water over the jamughat temporary bridge due to incessant rain

ଲଗାଣ ବର୍ଷା ଯୋଗୁଁ ପୋଲ ଉପରେ ପାଣି, ୮ଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ

ରାଜ୍ୟ

ବାରିପଦା – ତା -6-7- ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଲୋକ ହନ୍ତସନ୍ତ l ବିଗତ ତିନି ଚାରିଦିନ ଧରି ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ର ପ୍ରଭାବ ଦେଖିବାକୁ ମିଳିଅଛି l ଏହି ଲଗାଣ ବର୍ଷା ଯୋଗୁଁ ମୟୁରଭଞ୍ଜ ଜିଲ୍ଲା ଉଦଳା ର କଇଁସାରି – ଜାମୁଘାଟ ଅସ୍ଥାୟୀ ପୋଲ ଉପରେ ତିନି ଚାରି ଫୁଟ ର ପାଣି ଚାଲିଲା l ଫଳରେ ଉକ୍ତ ପୋଲ ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା କୁ ସଂଯୋଗ କରୁଥିବା ହେତୁ ଆଠଗୋଟି ପଞ୍ଚାୟତର ଲୋକ ଙ୍କ ଗମନା ଗମନ ଠପ ହୋଇଅଛି l ଶିମିଳିପାଳ ର ଉପର ମୁଣ୍ଡରେ ଲାଗିରହିଥିବା ବର୍ଷା ପାଇଁ ଦେଓ ନଦୀ ଫୁଲିବାରେ ଲାଗିଅଛି l ତେଣୁ ଏହି ଦେଓ ନଦୀ ଉପରେ ଏକ ଅସ୍ଥାୟୀ ପୋଲ ଦେଇ ଲୋକମାନେ ଯିବାଆସିବା କରିଥାଆନ୍ତି l ପୂର୍ବରୁ ଥିବା ଏକ ସ୍ଥାୟୀ ପୋଲ ର ପିଲର ଦଵିଯିବା ଫଳରେ ସେଠାରେ ଏକ ନୂତନ ପୋଲ ନିର୍ମାଣ ଚାଲିଅଛି l ମାତ୍ର ଏହି ପୋଲର କାର୍ଯ୍ୟ ଆଜିକୁ ଚାରିବର୍ଷ ଧରି ଚାଲିଅଛି l ତେଣୁ ଏଠାକାର ଲୋକମାନଙ୍କ ଭିତରେ ପୋଲ ନିର୍ମାଣ ର କାର୍ଯ୍ୟ କୁ ନେଇ ଅସନ୍ତୋଷ ଦେଖାଦେଇଛି l ପ୍ରତିବର୍ଷ ବର୍ଷାଦିନରେ ଏହିଭଳି ଲୋକମାନେ ହଇରାଣ ହରକତ ହେଉଛନ୍ତି l ଅନ୍ୟପଟେ ଲୋକମାନେ ଜୀବନକୁ ପାଣି ଛଡାଇ ଏହି ଅସ୍ଥାୟୀ ପୋଲ ଉପରେ ପାଣି ଚାଲୁଥୁବା ସତ୍ୱେ ଯିବା ଆସିବା କରୁଥିବାର ଲକ୍ଷ୍ୟ କରାଯାଇଛି l ତେଣୁ ଯଥାଶୀଘ୍ର ସ୍ଥାୟୀ ପୋଲର ନିର୍ମାଣ କାର୍ଯ୍ୟ ସାରିବାକୁ ଲୋକମାନଙ୍କ ପକ୍ଷରୁ ଦାବୀ ହେଉଅଛି l