Main entrance gate of Maharaja Sriram Chandra Bhanja Deo University, Baripada May

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ନୂତନ ୱେବ୍‌ସାଇଟ https://mscbu.ac.in

ରାଜ୍ୟ
ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୱେବ୍‌ସାଇଟର ଠିକଣା ବଦଳିଛି । ବର୍ତ୍ତମାନ ଏହା ପୁରୁଣା ୱେବ୍‌ ଠିକଣା nou.nic.in ପରିବର୍ତ୍ତେ mscbu.ac.in ରେ ଉପଲବ୍‌ଧ ହେବ । ଏଥିନିମନ୍ତେ ବିଶ୍ୱବିଦ୍ୟାଳୟ ତରଫରୁ ଏକ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଅଛି । ବିଶ୍ୱବିଦ୍ୟାଳୟର ସମସ୍ତ ସୂଚନା ଓ ନୋଟିସ ପୁରୁଣା ୱେବ୍‌ସାଇଟ୍‌ ପରିବର୍ତ୍ତେ ନୂତନ ୱେବ୍‌ସାଇଟ୍‌ https://mscbu.ac.in ରେ ଜନସାଧାରଣ ପାଇପାରିବେ ।
ନୂତନ ୱେବ୍‌ସାଇଟକୁ ପୂର୍ଣ୍ଣରୂପ ଦେବାର ପ୍ରଚେଷ୍ଟା ଆଗେଇ ଚାଲିଛି । ଆସନ୍ତା ଜୁଲାଇ ୧୩  ତାରିଖ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଏହାର ଆନୁଷ୍ଠାନିକ ଲୋକାର୍ପଣ ହେବାର କାର୍ଯକ୍ରମ ରହିଛି ବୋଲି ବିଶ୍ଵବିଦ୍ୟାଳୟର ରେଜିଷ୍ଟର ସୂଚନା ଦେଇଛନ୍ତି l