IMG 20260819 WA0080

ହୋ ଭାଷାର ଓରାଂଚିତି ଲିପିକୁ ଅଷ୍ଟମ ଅନୁସୂଚୀରେ ସାମିଲ ନେଇ ତିରିଂ-ରାଇରଙ୍ଗପୁରରୁ ଭୂବନେଶ୍ବରକୁ ପଦଯାତ୍ରା 

ରାଜ୍ୟ
ବାରିପଦା : ମୟୂରଭଞ୍ଜ ଜିଲ୍ଲା ଝାଡ଼ଖଣ୍ଡ ସିମାନ୍ତ ତିରିଂ ଠାରେ ତିରିଂ ରୁ   ହୋଭାଷା ସଂଗ୍ରାମୀ ସାଥୀ ଭୂବନେଶ୍ବର ପଦ ଯାତ୍ରା କାର୍ଯ୍ୟକ୍ରମ କୁ  ସ୍ୱାଧୀନତା ଦିବସ ପରଦିନ ଠାରୁ  ସିମାନ୍ତ  ତିରିଂ ରୁ ଭୁବନେଶ୍ଵର ପଦଯାତ୍ରା ଶୁଭାରମ୍ଭ କରିଛନ୍ତି । ଆଦିବାସୀ ହୋ ଭାଷା ର ଯାଠାକୁ ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ସମିତି ସଭ୍ଯା ଜେମାମଣି ସୁଣ୍ଡି, ଜିଲ୍ଲା ପରିଷଦ ସଭ୍ଯ ପରେଶ ମୁଣ୍ଡା, ସମିତି ସଭ୍ୟ ବାଣଜୁ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ରହି  ସ୍ବାଗତ ସମ୍ବର୍ଦ୍ଧନା କରିବା ଯାତ୍ରାର ଶୁଭ ମନାସି ଥିଲେ ।
ରାଇରଙ୍ଗପୁରର ସ୍ଥାନୀୟ  ଆଦିବାସୀ ହୋ ସମାଜିକ ସାଂସ୍କୃତିକ ଅନୁଷ୍ଠାନ ସିଦାହରା ସୁସାର ଆଖଳା ପରିସରରେ ସୁସାର ଆଖଳା ସଭାପତି ପଦ୍ମଚରଣ ବାନାରା, ମୟୂରଭଞ୍ଜ ଆଦିବାସୀ ହୋ ସମାଜ କମିଟି ର ସଭାପତି ମଟକା ବିରୁଆ, ଜାମଦା ବ୍ଲକ ତାରଣା ସମିତି ସଭ୍ୟ ଦିକୁଲ ବାଗେ, ହୋ ଭାଷା କ୍ରିୟାନୁଷ୍ଠାନ କମିଟିର କେନ୍ଦ୍ରୀୟ ସଭାପତି ରାମରାୟ ମୁନ୍ଦୁୟା ପ୍ରମୁଖ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ ‌ । ଏହି  ଦଶ ଜଣିଆ ହୋ ଭାଷା ପ୍ରତିନିଧିଦଳରେ ଘନଶ୍ୟାମ ପିଙ୍ଗୁଆ , ଦାମୋଦର ପୁର୍ତ୍ତି , ଚନ୍ଦ୍ରମୋହନ ପିଙ୍ଗୁଆ , କୁଷ୍ଣଚନ୍ଦ୍ର କାରୋଆ , ସଞ୍ଜୟ ହେମ୍ବ୍ରମ ,  ରାମେଶ୍ୱର କଣ୍ଡାକେଲ ,ଚନ୍ଦନ ମୁର୍ମୁ,  ଜଟେୟା ସାଓୟାଁ  ପ୍ରମୁଖ  ରହିଛନ୍ତି । ହୋ ଭାଷାକୁ ଅଷ୍ଟମ ଅନୁସୂଚୀରେ ସାମିଲ କରିବାକୁ ଦାବି ନେଇ ଭୂବନେଶ୍ବର ରେ ପହଞ୍ଚିବା ପରେ ସେମାନେ  ମହାମହିମ ରାଜ୍ୟପାଳ ଙ୍କୁ ଅଗଷ୍ଟ  ୨୪ ତାରିଖ ଦିନ ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ  ରହିଛି ବୋଲି ଦଳର ମୁଖିଆ  ସୂଚନା ପ୍ରଦାନ  କରିଛନ୍ତି । ଓଡ଼ିଶାର ଆଦିବାସୀ ସମାଜର ମାତୃଭାଷା ‘ହୋ’ ଭାଷାର ସୁରକ୍ଷା ଓ ବିକାଶ ପାଇଁ ଏହା ହେଉଛି ସଂଗ୍ରାମ ।
ଏହି ପରିପ୍ରେକ୍ଷୀରେ, ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ସମେତ ୫ ଦଫା ଦାବି ନେଇ  ରାଜ୍ୟପାଳ ଓ ମୁଖ୍ଯମନ୍ତ୍ରୀ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ । ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, 1972 ମସିହାରୁ ହୋ ଭାଷାକୁ ସରକାରୀ ସ୍ତରରେ ମାନ୍ୟତା ଦେବା ପାଇଁ ଦାବି ହୋଇଆସୁଛି। ଆଦିବାସୀ ସମାଜର ଭାଷାଗତ ଅଧିକାର, ସାଂସ୍କୃତିକ ପରିଚୟ ଏବଂ ମାତୃଭାଷା ଭିତ୍ତିକ ଶିକ୍ଷା ଓ ବିକାଶକୁ ସୁଦୃଢ଼ କରିବା ପାଇଁ ଏହି ଦାବିଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି ।
ପ୍ରମୁଖ ୫ ଦଫା ଦାବିଗୁଡ଼ିକ ହେଲା:
୧. ହୋ ଭାଷାରେ ଶିକ୍ଷାଦାନର ସୁବିଧା ସୁନିଶ୍ଚିତ କରିବା।
୨. ହୋ ଭାଷାରେ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନକୁ ତ୍ୱରାନ୍ୱିତ କରିବା।
୩. ଅନୁସୂଚିତ ଜାତି ଓ ଜନଜାତିଙ୍କ ଭାଷା, କଳା ଓ ସଂସ୍କୃତିର ସୁରକ୍ଷା କରିବା।
୪. ହୋ ଭାଷାରେ ଶିକ୍ଷକ, ପାଠ୍ୟପୁସ୍ତକ ଓ ଭିତ୍ତିଭୂମିର ବିକାଶ କରିବା।
୫. ରାଜ୍ୟ ସରକାର ହୋ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପୁନର୍ବାର ସୁପାରିଶ କରନ୍ତୁ।
ଓଡ଼ିଶା,ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ,ବିହାର ଏବଂ ଆସାମ ରାଜ୍ୟରେ ୫୦ ଲକ୍ଷରୁ ଉର୍ଦ୍ଧ଼ଵ ହୋ ଭାଷାଭାଷୀ ଲୋକେ ବସବାସ କରୁଛନ୍ତି ।ସେମାନଙ୍କ ଭାଷା,ସଂସ୍କୃତି,କଳା,ଆଜି ବିପନ୍ନ‌।ହୋ ସଂଗଠନର ବିଭିନ୍ନ ସଂଗଠନ ମାନେ ଯନ୍ତରମନ୍ତରରେ ପୂର୍ବରୁ ଧାରଣା ଦେବାସହ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀଙ୍କୁ ହୋଭାଷା ମାନ୍ୟତା ପାଇଁ ଲିଖିତ ଦାବିପତ୍ର‌ପ୍ରଦାନ କଲେ ମଧ୍ୟ ସରକାର ଅଣଦେଖା କରୁଛନ୍ତି । ଓଡିଶାରେ ହୋଭାଷା ଲୋକଙ୍କ ସଂଖ୍ୟା ଅଧିକ ଅଛି l ତେଣୁ ସରକାର ସେମାନଙ୍କ ଦାବି ପ୍ରତି ସମ୍ବେଦନଶୀଳ ହୋଇ ଶିଘ୍ର ମାନ୍ୟତା ପ୍ରଦାନ ପାଇଁ ଦାବି କରିଛନ୍ତି ।