ବାରିପଦା : ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣି ଥାନା ଅନ୍ତର୍ଗତ ସୀମାନ୍ତ ଗରଡାପାଣି ଠାରେ ବାଇକରେ ଭାରସାମ୍ୟ ହରାଇ ଖାଲରେ ପଡ଼ି ୩ ଯୁବକଙ୍କ ମୃତ୍ୟୁ ହେଇଅଛି l ସୂଚନାଯୋଗ୍ୟ ଗୋରୁମହିଷାଣି ଥାନା ଅଞ୍ଚଳର ସୁଦର୍ଶନପୁର ପଞ୍ଚାୟତର ସାନଝାରି ଗ୍ରାମର ମନୋଜ ମୁଣ୍ଡାରୀ, ମନୋଜ ମୁଣ୍ଡା ଏବଂ ଵୀରସିଂ ମୁଣ୍ଡା ଗୁରୁବାର ସଂନ୍ଧ୍ୟାରେ ବାଇକରେ ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ ଖାଲରେ ପଡ଼ି ମୃତ୍ୟୁ ହୋଇଛି ।
ଆଜି ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ୩ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ଭର୍ତି କରିଛି ।ଏହି ଘଟଣା କୁ ନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଅଛି l
