ବାରିପଦା : ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଯଶିପୁର ପଞ୍ଚାୟତ କୁଦରସାହି ଗ୍ରାମ୍ୟ ରାସ୍ତାରେ ଆଜି ପୂର୍ବାହ୍ନ ସମୟରେ ଏକ ଘରୋଇ ବସ ସହ ବାଇକ୍ ର ଆମନା ସାମନାରେ ବାଇକ୍ ଚାଳକର ମୃତ୍ୟୁ ହୋଇଅଛି । ସୂଚନାଯୋଗ୍ୟ ତିରିଂ ଥାନା ଅଞ୍ଚଳର ବଡସାଦମ ଗ୍ରାମର ସାରଗାମ ପୁରୁଙ୍କ ଏକମାତ୍ର ପୁତ୍ର ଆସନ୍ତୁ ଟୁଡୁ(୨୫) କୌଣସି ବ୍ୟକ୍ତିଗତ କାମରେ ବାଇକ୍ (JH0P8934) ଯୋଗେ ଝରାଡିହି ଅଞ୍ଚଳକୁ ଯାଉଥିବାବେଳେ ସାମନା ପଟୁ ଗୋରୁମହିଷାଣି ଥାନା ଅନ୍ତର୍ଗତ ଗୁହାଳଡାଙ୍ଗିରୁ ଟାଟା ନଗର ଯାଉଥିବା ଘରୋଇ ବସ୍ ରାଜୁରାଜା ବସ୍ ( JHO5CP1950)ସହିତ ମୁହାଁମୁହିଁହେବା ଫଳରେ ବାଇକ ଚାଳକ ରାସ୍ତାରେ ଛିଟିକିପଡି ରକ୍ତଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲେ ।
ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଝରାଡିହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣା ଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ତିରିଂ ପୋଲିସ ଶବ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ଏକ ଦୁର୍ଘଟଣା ମାମଲା କେଶ ନମ୍ବର ୧୦୩/୨୬ ରେ ରୁଜୁ କରି ମୃତକକୁ ରେ ଶବ ବ୍ୟବଚ୍ଛେଦ କରାଇ ପରାବାରଵର୍ଗଙ୍କୁ ହସ୍ତାନ୍ତର କରିଛି ।ମୃତ ଆସନ୍ତୁ ଟୁଡୁ ଜଣେ ଯୁବ କଳାକାର ,ଆଲବମ ହିରୋ ,ମେଳାପି,ମିଷ୍ଟଭାଷୀ ଯୁବ ସମାଜସେବୀ ଥିଲେ । ତାଙ୍କ ଅକାଳ ବିୟୋଗରେ ତିରିଂଵହଳଦା ଯାତ୍ରା ଅଞ୍ଚଳରେଯୁବ କଳାକାରମାନଙ୍କ ମହଲରେ ଶୋକରେ ଛାୟା ଖେଳିଯାଇଛି ।ବାପା ସାରଗାମ ଏବଂ ତାଙ୍କ ପତ୍ନୀ ଏକମାତ୍ର ପୁଅକୁ ହରାଇ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି ।ତାଙ୍କ ପରିବାରକୁ କ୍ଷତିପୂରଣ ଦାଵିରେ ଗ୍ରାମବାସୀ ଦାବି କରିଛନ୍ତି l
