IMG 20260623 WA0207

ଜିଲ୍ଲା ମାହେଶ୍ୱରୀ ସଭା ତରଫରୁ ରକ୍ତଦାନ ଶିବିର 

ରାଜ୍ୟ
ବାରିପଦା : ମାହେଶ୍ୱରୀ ଉତ୍ପତ୍ତି ଦିବସ ଉପଲକ୍ଷେ ମୟୁରଭଞ୍ଜ ଜିଲ୍ଲା ମାହେଶ୍ୱରୀ ସଭା ଆନୁକୂଲ୍ୟରେ ଓଡିଶା ରକ୍ତ କେନ୍ଦ୍ର, ବାରିପଦା ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଅତିଥି ଭାବେ ଯୋଗଦେଇ ରକ୍ତ ଭଣ୍ଡାର ଅଧିକାରୀ ଡ଼ଃ ସୌମ୍ୟରଂଜନ ନାୟକ, କମଲ କିଶୋର କର୍ଣ୍ଣାନୀ, ଧର୍ମେନ୍ଦ୍ର ଭଟ୍ଟର ଓ ସମାଜସେବୀ ଅମର କୁମାର ସେଠି ଏହି ଶିବିରର ଉଦଘାଟନ କରିଥିଲେ I
ଏହି ଶିବିରରେ ୬ ଜଣ ମହିଳା ସମେତ ମୋଟ ୪୨ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ I ରକ୍ତ ଭଣ୍ଡାରର ପୁଣ୍ଡରୀକାକ୍ଷ୍ୟ ଦାସ, ଛବି ମହାନ୍ତ, ପ୍ରଭାସିନୀ ସାହୁ, ଶକୁନ୍ତଳା ମହାନ୍ତ ଓ କରୁଣାକର ଜେନା ରକ୍ତ ସଂଗ୍ରହ କରିଥିଲେ I ମଙ୍ଗିଲାଲ ଲଢା, ଜିତେନ୍ଦ୍ର କର୍ଣ୍ଣାନୀ, ମନିକା ଭଟ୍ଟର, ମୋହିନୀ ଶୁକ୍ଳା ଶିବିର ପରିଚାଳନାରେ ସହଯୋଗ କରିଥିଲେ I