IMG 20260623 WA0216

ବାରିପଦା ଓ ବାଲେଶ୍ୱର କ୍ରିକେଟ ଏକାଡେମୀ ମଧ୍ୟରେ କ୍ରିକେଟ ମ୍ୟାଚ, ବାଲେଶ୍ୱର ବିଜୟୀ

ରାଜ୍ୟ
ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ବାରିପଦା କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ବାଲେଶ୍ୱର କ୍ରିକେଟ ଏକାଡେମୀ ଓ ବାରିପଦା କ୍ରିକେଟ ଏକାଡେମୀ ମଧ୍ୟରେ ଏକ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି I ଏହି ମ୍ୟାଚରେ ବାଲେଶ୍ୱର ୧୬ ରନରେ ବାରିପଦାକୁ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ବାଲେଶ୍ୱର ୪୦ ଓଭରରେ ୯ ଉଇକେଟ ହରାଇ ୨୬୭ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଆୟୁଷ୍ମାନ ଦାସ ୬୮ ଓ ମାନସୀ ପାତ୍ର ୫୪ ରନ କରିଥିବା ବେଳେ ବିପକ୍ଷ ଦଳର ଆଦିତ୍ୟ ଦାସ ୩ଟି ଓ ସାଇ ଆରଦ୍ୟ ୨ଟି ଉଇକେଟ ଅକ୍ତିଆର କରିଥିଲେ I
ଉତ୍ତରରେ ବାରିପଦା ୩୮. ୪ ଓଭରରେ ସମସ୍ତ ଉଇକେଟ ହରାଇ ୨୫୧ ରନ ସଂଗ୍ରହ କରିପାରିଥିଲେ I ଦଳ ପକ୍ଷରୁ ତନ୍ମୟ କୁମାର ସାହୁ ୫୧ ଓ ଆଦିତ୍ୟ ଦାସ ୪୭ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ମାନବ ତାଳଡି ଓ ଅଭିମନ୍ୟୁ ଦାସ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ମିର ଆକବର ଅଲ୍ଲୀ ଓ ନାଫିସଲ ଖେଳ ପରିଚାଳନା କରିଥିବା ବେଳ ତାପସ ଦେ ସ୍କୋରିଙ୍ଗରେ ସହାୟତା ପ୍ରଦାନ କରିଥିଲେ I ଉଭୟ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଯୁବ ଖେଳାଳିଙ୍କୁ ମ୍ୟାଚ ଖେଳିବାର ସୁଯୋଗ ଦେବାପାଇଁ ଏହି ଖେଳର ଆୟୋଜନ କରାଯାଇଥିଲା ବୋଲି ମୁଖ୍ୟ ଆୟୋଜକ ସୁଶାନ୍ତ କୁମାର ଦାସ ଜଣାଇଛନ୍ତି I