IMG 20260620 WA0285

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ରିଜିଓନାଲ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ରାଜ୍ୟ
ବାରିପଦା : ମହାମହିମ ରାଷ୍ଟ୍ରପତିଙ୍କ ପ୍ରଚେଷ୍ଟାରେ ଓଡ଼ିଶାର ଉତ୍ତରାଞ୍ଚଳ ର ୬ ଟି ଜିଲ୍ଲା ତଥା ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଂଜ ଏଵଂ କେନ୍ଦୁଝର ଜିଲ୍ଲାର ଯୁବ, ଛାତ୍ର, ମହିଳା, କର୍ମଜିବୀ, ଅଣସଂଗଠିତ, ବୟସ୍କ ସମସ୍ତଙ୍କ ପାଇଁ ଶିକ୍ଷା ପାଇଁ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଏକ ଆଞ୍ଚଳିକ ଇଗ୍ନୋ ସେଣ୍ଟର  ଖୋଲାଯାଇଛି  ।ଏହି ଇଗ୍ନୋସେଣ୍ଟରର ଭୂମି ପାଇଁ ଜିଲ୍ଲାପାଳ ହେମକାନ୍ତ ସୟ ଙ୍କ ପ୍ରଚେଷ୍ଟାରେ ରାଇରଙ୍ଗପୁର ମହାବିଦ୍ୟାଳୟ ସମ୍ମୁଖ ରାସ୍ତା ଅପରପାର୍ଶ୍ବରେ ୧.୩୧ ଡିସିମିଲ ଜାଗା ଦିଆଯାଇଛି ।ଏହି ଜାଗା ଉପରେ ଇଗ୍ନୋର ସେଣ୍ଟର କାର୍ଯ୍ୟାଳୟ ଷ୍ଟଡି ସେଣ୍ଟର ଗୃହ ପାଇଁ  ୩୬ କୋଟି ଟଙ୍କାର ଅଟକଳ କରାଯାଇଛି ।
ଗତକାଲି ଏହି ସ୍ଥାନରେ ପୂର୍ଵାହ୍ନରେ ଭୂମି ପୂଜନ କାର୍ଯ୍ଯକ୍ରମ ଇଗ୍ନୋର କୁଳପତି ପ୍ରଫେସର ଡ଼ଃ ଉମା କାଞ୍ଜିଲାଲଙ୍କ ଦ୍ଵାରା ସମ୍ପନ୍ନ ପରେ  ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଲୋକାର୍ପିତ କରିଛନ୍ତି l  ତଦସହ ଏଠାରେ  ସ୍କିଲ  ଡେଭେଲପମେଣ୍ଟ  ପାଇଁ  ଦକ୍ଷତା ବିକାଶ କେନ୍ଦ୍ର ମଧ୍ୟ ଖୋଲାଯାଇଛି ।ଏହି ୬ ଟି ଜିଲ୍ଲାର ଯୁବ ଛାତ୍ରମାନେ ପାଠ ପଢିବା ସହ ଦକ୍ଷତା ବିକାଶ  ତାଲିମ ନେବେ ଏବଂ ନିଜକୁ ଆତ୍ମ ନିର୍ଭରଶୀଳ କରିପାରିବେ ବୋଲି କୁଳପତି ଉମା କାଞ୍ଜିଲାଲ କହିଥିଲେ । ଭିତ୍ତିପ୍ରସ୍ତର ପୂଜନ  ଜଗନ୍ନାଥ ମନ୍ଦିର ପୂଜକ ଦେବବ୍ରତ ରଥ ମହାପାତ୍ର କରିଥିବାବେଳେ କୂଳପତି ମହୋଦୟା  ଡଃ ଉମା କାଞ୍ଜି ଲାଲ ସଂକଳ୍ପ ରେ ବସିଥିଲେ ।
ଭୂମି ପୂଜନ ସମୟରେ ଭୂବନେଶ୍ଵର ଇଗ୍ନୋର ସିନିୟର୍ ରିଜିଓନାଲ ଡାଇରେକ୍ଟର ଡଃ ମନୋଜ ଦାସ, ରାଇରଙ୍ଗପୁର ରିଜିଓନାଲ ଡାଇରେକ୍ଟର ଡଃ ବଂଶୀଧର ବାରିକ ,ସେକ୍ସନ ଅଫିସର ମହେନ୍ଦ୍ର ମିଶ୍ର,ପାର୍ସନାଲ ଆସିଷ୍ଟାଣ୍ଟ ଦୁର୍ଯୋଧନ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ ।