IMG 20260621 WA0000

 ଉପଖଣ୍ଡ ଚିକିତ୍ସାଳୟରେ ଏମ୍ସ ଭୂବନେଶ୍ବର ସହଭାଗିତାରେ ପ୍ରଥମ ମାଗଣା ସ୍ବାସ୍ଥ୍ୟ ଶିବିର

ରାଜ୍ୟ
ବାରିପଦା : ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ପ୍ରଚେଷ୍ଟାରେ ଆଗକୁ ଏମ୍ସ ସାଟେଲାଇଟ୍ ସେଣ୍ଟର ଖୋଲାଯିବା କୁ ଯାଉଛି । ତାଙ୍କ ଜନ୍ମଦିନ  ଅବସରରେ ଏମ୍ସ ଭୁବନେଶ୍ଵର‌ ସହଭାଗିତାରେ  ଉପଖଣ୍ଡ ଚିକିତ୍ସାଳୟରେ ପ୍ରଥମ ଥର ପାଇଁ ମାଗଣା ମେଗା ସ୍ବାସ୍ଥ୍ଯ ଶିବିର  ଅନୁଷ୍ଠିତ ହୋଇଯାଇଛି ।ଏମ୍ସ ର କର୍ଣ, ନାକ, ଗଳା, ପେଡିଆଟ୍ରିକ, ସର୍ଜରୀ, ହାର୍ଟ, କିଡନୀ, ମେଡିସିନ, ସ୍ନାୟୁ ରୋଗ, ମଧୁମେହ , ଅର୍ଥପେଡିର ବହୁ ଅଭିଜ୍ଞ ଡାକ୍ତର ଡାକ୍ତରାଣୀମାନେ ବିଭିନ୍ନ ବିଭାଗର ପରୀକ୍ଷା କେନ୍ଦ୍ରରେ ବସି ୧୪୪୦ ଜଣ ରୋଗୀମାନଙ୍କୁ ସୁପରାମର୍ଶ ଓ ଚିକିତ୍ସା କରିବା ସହ ଔଷଧ  ପ୍ରଦାନ କରିବା ସହ ସଚେତନତା ହିଁ ଅଧା ରୋଗ ଭଲ କରିଦେବ ବୋଲି କହିଥିଲେ ।
ଆଗକୁ ମଧ୍ୟ ସେମାନେ ଆସିବେ ।ତେଣୁ ରୋଗୀମାନେ ଡାକ୍ତରମାନଙ୍କ ପରାମର୍ଶ, ଠିକ ସମୟରେ‌ ରୋଗକୁ ଡାକ୍ତରଙ୍କୁ ଦେଖାଇବା, ଡାକ୍ତରଙ୍କ ପରାମର୍ଶ ମାନିବା, ଔଷଧ ସେବନ କଲେ ରୋଗ ପ୍ରତିହତ କରିହେବ ବୋଲି କହିଥିଲେ  । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଏମ୍ସ ଡାଇରେକ୍ଟର  ଡ଼ାଃ ଆଶୁତୋଷ ବିଶ୍ବାସ, ଡିନ୍ ଡାଃ ଦିଲିପ ପରିଡ଼ା, ମେଡିକାଲ ସୁପରିଣ୍ଟେଡେଣ୍ଟ ଡ଼ାଃ ପ୍ରଭାସ ରଞ୍ଜନ ତ୍ରୀପାଠୀ, ଲେଫ୍ଟନାଣ୍ଟ କଲେନ ଅଭିଜିତ ସରକାର, ପିଆନୋ ରିଜକିଶୋର ଦାସ, ଏଚଓଡି ସର୍ଜରୀ  ତୁଷାର ମିଶ୍ର, ସିଡିଏମଓ , ଏସଡିଏମଓ ଡ଼ାଃ ରବୀନ୍ଦ୍ରନାଥ ମାରାଣ୍ଡୀ,  ସମସ୍ତ ଡାକ୍ତର , କର୍ମଚାରୀ , ହସ୍ପିଟାଲ ମେନେଜର ଆଶୁତୋଷ ଗୋଛାୟତ ପ୍ରମୁଖ ସାମିଲ ହୋଇଥିଲେ ।ରୋଗୀମାନେ ହାତପାଆନ୍ତରେ ଏମ୍ସ ଡାକ୍ତରମାନଙ୍କୁ ନିଜ ରୋଗ ଦେଖାଇ ସୁପରାମର୍ଶ ନେଇ ଭାରି ଖୁସି ହେବା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଯମକୁ ପ୍ରଶଂସା କରିଥିଲେ ।